ପୁରା ଖବର ବିଷୟରେ



ସୁଭଦ୍ରା ରଥର ଶୁଭାରମ୍ଭ କଲେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା l

Sep 7 2024 5:31PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡ:-ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ରାୟଗଡା ଜିଲ୍ଲା ଗସ୍ତ କରି ଆଜି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ସୁଭଦ୍ରା ରଥକୁ ଶୁଭାରମ୍ଭ କରିବା ସହିତ ମହିଳା ମାନଙ୍କୁ ସମ୍ବୋଦିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପତାୱରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଏବଂ ଉପଜିଲ୍ଲାପାଳ ରୟାଗଡ଼ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରl ଦେଵୀ ଉପସ୍ଥିତରେ ପ୍ରଚାର ପତ୍ର ଉନ୍ମୋଚନ କରିବା ସହିତ ହିତାଧିକାରୀଙ୍କୁ ସ୍ୱୀକାରକ୍ତି ପ୍ରଦାନ କରିଥିଲେ l ଜିଲ୍ଲାରେ ୬ଗୋଟି ରଥକୁ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ପ୍ରତ୍ୟେକ ରଥ ଦୁଇଟି ବ୍ଲକ ଆଜିଠାରୁ ପରୀକ୍ରମା କରିବ ଏବଂ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ର ପ୍ରତ୍ୟେକ ଗ୍ରାମକୁ ଯାଇ ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରିବ l ନୂତନ ସରକାର ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରିବାକୁ ଯାଇ ଆଜି ଠାରୁ ସଚେତନ ବାର୍ତ୍ତା ପ୍ରଚାର କରାଯିବ l ଏହି ରଥ ଆଜିଠାରୁ ଆସନ୍ତା ୧୬ତରଖ ଯାଏଁ ଜିଲ୍ଲାର ଗ୍ରାମେ ଗ୍ରାମେ ବୁଲିବ ଏବଂ ସୁଭଦ୍ରା ବାର୍ତ୍ତା ପ୍ରଚାର କରିବ lଏହି ଯୋଜନାରେ ପ୍ରତ୍ୟେକ ମହିଳା ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ପାଇବେ ଏବଂ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଲେଖାଏଁ ପାଇବେ l ଯୋଗ୍ୟ ମହିଳାଙ୍କୁ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସରେ ପ୍ରଦାନ କରାଯିବ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡିପିଏମ ଓଏଲଏମ ହେମନ୍ତ କୁନାର ବାଗ, ଡିପିସି ମମତା ଜିତେନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ, ସଦର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମିନାକ୍ଷୀ ଦାଶ,ସୁଜାତା ତ୍ରିପାଠୀ, ପ୍ରତିମା ଦାଶ, ଶାନ୍ତନୁ ବେହେରା, ମଧୁଳତା ଦଣ୍ଡସେନା, ଇନ୍ଦ୍ରଜିତ ନାଏକ, ଭାସ୍କର ରେଡି, ମିଶନ ଶକ୍ତି ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ ଓ ସୁପରବାଇଜର ମାନେ ଯୋଗଦାନ କରିଥିଲେ l