Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ“ ଲିଙ୍ଗ ବିବିଧତା ଏବଂ ଟ୍ରାନ୍ସଜେଣ୍ଡରର ସମସ୍ୟ” ଶୀର୍ଷକ ଏକ ଆଲୋଚନା ଚକ୍ର
Sep 5 2024 5:36AM
(ସୁପ୍ରିୟା ସଡଙ୍ଗିଙ୍କ ରିପୋର୍ଟ ) ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ“ ଲିଙ୍ଗ ବିବିଧତା ଏବଂ ଟ୍ରାନ୍ସଜେଣ୍ଡରର ସମସ୍ୟ” ଶୀର୍ଷକ ଏକ ଆଲୋଚନା ଚକ୍ର ରାୟଗଡ଼ା ମହାବିଦ୍ୟାଳୟର NCC, NSS, YRC ତରଫରୁ ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଝିଗୌରି ସିବିଓ ର ସଂଯୋଜକ ଶିଶିରକାନ୍ତ ମହାପାତ୍ର, ସଭାପତି କାନ୍ତରାଓ କଣ୍ଡାଗରି, ସହଯୋଗୀ କାର୍ଯ୍ୟ ପରିଚାଳିକା ଶର୍ମିଷ୍ଠା ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ବବିଲତା ସରଫ ସ୍ୱାଗତ ସମ୍ବର୍ଦ୍ଧନା ଭାଷଣ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର NCC ପ୍ରୋଗ୍ରାମ ଅଫିସର ଲେଫ୍ଟନାଣ୍ଟ ଶ୍ରୀ ଉଦୟ ନାଏକ, NSS ପ୍ରୋଗ୍ରାମ ମୋନାଲିସା ପାଣିଗ୍ରାହୀ, ଏବଂ YRC କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ ସହ ଡଃ. ମାନସୀ ମହାନ୍ତି, କେଶବ କୁମାରୀ ଜାନୀ,ହେମନ୍ତ ସ୍ୱାଇଁ, ଅଭିମନ୍ୟୁ ସିଂ ଆଦି ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟ୍ରାନ୍ସଜେଣ୍ଡର ମାନଙ୍କର ସମାଜ ରେ ସ୍ଥାନ ଏବଂ ତାଙ୍କର ଅଧିକାର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ଟ୍ରାନ୍ସଜେଣ୍ଡର ମାନଙ୍କ ବିଷୟର ବୁଝାଇ ଥିଲେ । ପରିଶେଷରେ ଡଃ ମାନସୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।