ପୁରା ଖବର ବିଷୟରେ



+୨କଳା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sep 3 2024 8:42PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ସ୍ଥିତ ଡ଼ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବଦ୍ଧନା କରାଯାଇଛି l ଏହି ସଭାକୁ ଅଧକ୍ଷ ପ୍ରଦୀପ୍ତ କୁମାର ମିଶ୍ର ଅଧ୍ଯକ୍ଷତା କରି ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାବର୍ଷ ୨୦୨୪-୨୫ କୁ ସ୍ବାଗତ ଜଣାଇବା ସହିତ ଶୃଙ୍ଖଳିତ, ସମୟାନୁବର୍ଷିତା ଓ କଠିନ ପରିଶ୍ରମ କରି ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ରବି ଶଙ୍କର ବାରିକ ସ୍ବାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ l ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଅତିଥିଙ୍କ ଦ୍ବାରା ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା l ସମସ୍ତ ଛାତ୍ରଛାତ୍ରୀଙ୍କୁ ଚନ୍ଦନ ଓ ପୁଷ୍ପ ଦେଇ ସ୍ବାଗତ କରାଯାଇଛି l ଏହି ଅବସରରେ ବସନ୍ତ କୁମାର ବିଶ୍ୱାଳ, ଲୋକନାଥ ମହାକୁଡ଼, ପୂର୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ l ବିଦ୍ୟାଳୟ ତରଫରୁ ଓଡିଶା ସରକାର ଓ ଭାରତ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି l ଇଂରାଜୀ ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l