Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଦୁର୍ଗମ ଅଂଚଳର ହାତପହାନ୍ତିରେ ସରକାରୀ ଯୋଜନା
Sep 2 2024 7:36PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) "ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ବ୍ୟାପକ ସଚେତନତା ଅଭିଯାନ" l ରାୟଗଡ:- ଯେଉଁଠି ଦିନେ ସରକାରୀ ସୁବିଧା ପାଇଁ ବହୁତ ଦୂର ଦୁର୍ଗମ ପଥ ଯିବାକୁ ପଡୁଥିଲା l ଆଜି ସେଠି ଘନ ଘନ ଅଧିକାରୀ ନୀତି ଲୋକଙ୍କ ପାଖରେ ପହଞ୍ଚି ସରକlରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଉଛନ୍ତି l ଜିଲ୍ଲାର ଵିଷମ କଟକ, ମୁନିଗୁଡା, କଲ୍ୟାଣସିଂପୁର ଓ ଗୁଣୁପୁର ବ୍ଲକରେ ବସବାସ କରୁଥିବା ବିଶେଷ ଭାବେ ଅନୁନ୍ନତ ଡ଼ଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରl ଜନଜାତିଙ୍କ ନିକଟକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାଉଛନ୍ତି l ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ପୁଟାସିଂ କୁଲୁସିଂ ଗ୍ରାମ ପଞ୍ଚାୟତର ଦେଙ୍ଗିନିଗାରଜାଙ୍ଗରେ ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଲୁସିଂ, ବୁନ୍ଡିଂ, ବୁଆଲକୁଇ, ବାସିଦା, ଦେଙ୍ଗିନିଗାରଜାଙ୍ଗ, ଟିକିରସିଂ, କାଡୁତାଙ୍ଗ, କିନ୍ତେଦା, ଟାଣ୍ଡରାଙ୍ଗ, ଗାଇଲୁଙ୍ଗ, ଟାବରସିଂ, ଅବାସିଂ, ରାଡାପଟଲର ୨୬୨ ଲୋକ ଉପସ୍ଥିତ ଥିଲେ। ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ ୦୮ ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୦୯ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ସହ, ସେହିପରି ୧୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିଲା । ଏଥିସହିତ, ସୁଭଦ୍ରା ଯୋଜନାର ୭୪୮ଟି ଆବେଦନ ଫର୍ମ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ଗ୍ରାମ ତରଙ୍ଗ ପକ୍ଷରୁ ୩ଟି ଆବେଦନ ଗ୍ରହଣ କରାଯାଇଥିଲା । ସେହିପରି ବିଷମକଟକ ବ୍ଲକ ଅନ୍ତର୍ଗତ ରାଣୀବନ୍ଦ ଠାରେ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଥିଲା । ରାଣୀବନ୍ଧ, ଶଗଡି, ଲହୁନିଖୁଣ୍ଟି, ହିଂଙ୍ଗାବାଡ଼ି, କାଚଲା, ପରମଗୁଡା ଅଦିଗ୍ରାମରୁ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୭୯ଟି ଆବେଦନ, ଜବ କାର୍ଡ ନିମନ୍ତେ ୪୨ଟି ଆବେଦନ ପତ୍ର ଦାଖଲ କରିଥିଲେ । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିଥିଲେ । ମୁନିଗୁଡା ବ୍ଲକ ଅଧିନ ଡେଙ୍ଗୁଣି ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁନିଗୁଡା ତହସିଲଦାର ଓ କର୍ମଚାରୀଙ୍କ ସମେତ ଡ଼ଙ୍ଗରିଆ ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ସୁବିଧା କିପରି ପାଇପାରିବେ ସେଥିପାଇଁ ସଚେତନତା କରିଥିଲେ ।ଜାତିଗତ ପ୍ରମାଣପତ୍ର ନିମନ୍ତେ୮୨, ରେସିଡେଣ୍ଟ ପ୍ରମାଣପତ୍ର ନିମନ୍ତେ୮୨, ଆୟ ପ୍ରମାଣପତ୍ର ନିମନ୍ତେ ୪୨, ଜଙ୍ଗଲ ଜମି ନିମନ୍ତେ ୩୫,ଗୋଷ୍ଠୀ ଜଙ୍ଗଲ ଜମି ନିମନ୍ତେ ଗୋଟିଏ ଦରଖାସ୍ତ ସଂଗ୍ରହ କରାଯାଇଥିଲା