ପୁରା ଖବର ବିଷୟରେ



ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ l

Sep 1 2024 9:21PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ରାୟଗଡ଼ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ରଡାଙ୍ଗ ଠାରେ *ବିଶେଷ ଭାବେ ଅନୁନ୍ନତ* ଜନଜାତି ସମୁଦାୟ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା ର ସୁବିଧା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୦୩ଟି ଆବେଦନ, ଜବ କାର୍ଡ ନିମନ୍ତେ ୦୩ଟି, ପ୍ରଧାନମନ୍ତ୍ରୀ କିଷାନ କାର୍ଡ ନିମନ୍ତେ ୬୬ଟି ଆବେଦନ ପତ୍ର ଦାଖଲ କରିଥିଲେ l ୨୪ଜଣଙ୍କ ରକ୍ତ ଶିକୁଲା ପରୀକ୍ଷା, ୦୨ଜଣଙ୍କ ଆଧାର କାର୍ଡ ସଂଶୋଧନ, ୦୧ଜଣଙ୍କ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଜଣେ ଦିବ୍ୟଙ୍ଗଙ୍କୁ ପ୍ରମାଣପତ୍ର, ୨୦ଜଣଙ୍କ ଜନ୍ମ ପ୍ରମାଣପତ୍ର,୦୩ଜଣଙ୍କ ଖାଉଟି କାର୍ଡ, ୦୨ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପଞ୍ଜୀକରଣ, ୧୪ଛାତ୍ରଛାତ୍ରୀଙ୍କ ପୁନଃ ବିଦ୍ୟାଳୟ ପ୍ରେରଣ, ଛେଳି କୁକୁଡ଼ା ଚାଷ ନିମନ୍ତେ ୦୩ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିଥିଲେ । ଅରସିକଣି, ପତଲମ୍ବ, ଜଂଗଯୋଡି ଅଦିଗ୍ରାମର ଲୋକ ଉପସ୍ଥିତ ଥିଲେ । କଲ୍ୟାଣସିଂହପୁର ବ୍ଲକ ଅଧିନ ପର୍ସଲି ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପର୍ସଲି ଡ଼ଙ୍ଗରିଆ ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ସୁବିଧା କିପରି ପାଇପାରିବେ ସେଥିପାଇଁ ସଚେତନତା କରିଥିଲେ । ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ ସିନାସାରି ଗ୍ରାମ ପଞ୍ଚାୟତର କୁରୁଗୁଡା ଚର୍ଚ୍ଚ ଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିନସରି ସରପଞ୍ଚ ରାଜେଶ ଶବର ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ଉର୍ଦ୍ଧ୍ବ ବିଶେଷ ଭାବରେ ଅନୁନ୍ନତ ଜନଜାତି ବର୍ଗର ଲୋକମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଛନ୍ତି । ଗୁଣପୁର ବ୍ଲକର ୭ଟି ପଞ୍ଚାୟତର ୧୩୬ଟି ଗ୍ରାମ ରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରର ସପ୍ତମ ଦିନରେ ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ ୦୧ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୦୭ ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ସହ, ୦୧ ଜଣଙ୍କ ରାଶନ କାର୍ଡ ଆବେଦନ ସଂଗ୍ରହ କରାଗଲା । ସେହିପରି ୦୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ବେଳେ ଟିବି ପରୀକ୍ଷାରେ ଗୋଟିଏ ଆକ୍ଟିଭ୍ କେସ୍ ନ ଥିବା ଜଣାପଡ଼ିଛି , ଟିପିଏସଓଡିଏଲ୍ ପକ୍ଷରୁ ଏସଡିଓ ଶ୍ରୀ ପି . ପାଢ଼ି ଉପସ୍ଥିତ ଥିବା ସହା, ଡାକ୍ତର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଏମଏଚଏୁ ଜଗନ୍ନାଥପୁର ଉପସ୍ଥିତ ଥିଲେ, ପାନୀୟଜଳ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଆଇଟିଡ଼ିଏ- ଓଟିଏଲ୍ ପି, ଗୁଣପୁର ପକ୍ଷରୁ ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।