ପୁରା ଖବର ବିଷୟରେ



୨୨ କେଜି ଗଞ୍ଜେଇ ଜବତ ସହ ୩ ଜଣ ଗିରଫ

Aug 29 2024 6:06PM
(: ପ୍ରସାଦ ଲିମା ଙ୍କ ରିପୋର୍ଟ) ଗୁଡ଼ାରୀ ପୋଲିସକୁ ମିଳିଛି ବଡ଼ ସଫଳତା ୨୨ କେଜି ଗଞ୍ଜେଇ, ଗୋଟିଏ ମାରୁତି ସ୍ବିଟି କାର, ଦୁଇଟି ଏଣ୍ଡ୍ରୋଡ ମୋବାଇଲ୍ ଫୋନ୍, ନଗଦ ୩୨୦୦ ଟଙ୍କା ଜବତ ସହ ସମ୍ପୃକ୍ତ ୩ ଜଣ ଆସାମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରି ଏକ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଗୁମଡା ଫାଣ୍ଡିରେ  । ସୂଚନା ମୁତାବକ ଗୁମୁଡା ଫାଣ୍ଡି ଅଧିକାରୀ ଏସ.ଆଇ ଶ୍ରୀ ବସନ୍ତ କୁମାର ବେହେରା ଏବଂ ଟିମ୍ ଗତ ୨୭-୦୮-୨୦୨୪ ତାରିଖ ସକାଳ ୮.୫୫ ମିନିଟ୍ ସମୟରେ ସଦର ଗୁମୁଡା  ଛକରେ ଏମବି ଚେକିଙ୍ଗ କରୁଥିଲେ, ଏହି ସମୟରେ ଏକ ସିଲଭର ସିଲ୍କ ରଙ୍ଗର ମାରୁତି ସ୍ବିଟି କାର , ଗାଡ଼ି ନମ୍ବର OR 02 BT 9219. କେନ୍ଦଗୁଡା ପଟରୁ ରାୟଗଡ଼ା ଅଭିମୁଖେ ଯାଉଥିଲା । ଗାଡ଼ିକୁ ଅଟକାଇ ତଦନ୍ତ କରିବା ସମୟରେ ଏକ ଧଳା ରଙ୍ଗର ପୋଲିଥିନରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ୍ ଗଞ୍ଜେଇ ସହ ଗାଡି ଜବତ କରିବା ସହିତ ଗାଡ଼ିରେ ଥିବା ତିନଜଣ ଆସାମିଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ତଦନୁଯାୟୀ ୨୧ କେଜି ୮୦୦ ଗ୍ରାମ ଗଞ୍ଜେଇ, OR02BT9219 ନମ୍ବର ମାରୁତି ସ୍ବିଟି କାର, ଦୁଇଟି ଏଣ୍ଡ୍ରୋଡ ମୋବାଇଲ୍ ଫୋନ୍,ନଗଦ ୩୨୦୦ ଟଙ୍କା ଜବତ୍ କରିବା ସହ ସମ୍ପୃକ୍ତ ତିନିଜଣ (୧) ରାୟଗଡ଼ା ସଦର ନେହେରୁ ନଗର ବାସୀନ୍ଦା  ରଞ୍ଜିତ ଦିପ୍, (୨) ରାୟଗଡ଼ା ବାଲାଜୀ ନଗର ବାସୀନ୍ଦା ଶ୍ରୀକାନ୍ତ ରାଉଳ ଏବଂ (୩) ଗଞ୍ଜାମ ଜିଲ୍ଲା ଜଗତପୁର ଥାନା ପଞ୍ଚଭୁଲି ଗ୍ରାମର ବାବୁଲା ଚୌଧୁରୀଙ୍କୁ ଗୁଡ଼ାରୀ ଥାନା କେସ ନମ୍ବର ୮୭/୨୪ ତାରିଖ ୨୭-୦୮-୨୦୨୪, ୟୁ/ଏସ୍ ୨୦ (ବି)(ଆଇ ଆଇ)( ସି) ଏନ୍.ଡି.ପି.ଏସ୍. ଆକ୍ଟରେ ୨୮-୦୮-୨୦୨୪ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ କୋର୍ଟ ଚାଲାଣ କରାଯାଇଛି ।