ପୁରା ଖବର ବିଷୟରେ



ବିଭାହିତହୋଇ ଫେସବୁକରେ ପ୍ରେମନିବେଦନ କରି ଫସିଲେ ରଙ୍ଗିଲା ପ୍ରେମିକ

Aug 29 2024 5:41AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ) ଭୁବନେଶ୍ୱର : ଜଣେ ଯୁବକ ଦୁଇଟି ବିଭାହିତ ହୋଇ ଗୋଟିଏ କନ୍ୟା ସନ୍ତାନର ପିତା, ହେବା ପରେ ଫେସବୁକରେ ଜଣେ ପ୍ରିଣ୍ଟି ମିଡ଼ିଆ ସାମ୍ବାଦିକା ଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି।ଉକ୍ତ ରଙ୍ଗିଲା ପ୍ରେମିକଙ୍କ ସମସ୍ତ କଳା କାରନାମାର ଚିଠା ଜାଣିବା ପରେ ସମ୍ପୂକ୍ତ ପ୍ରିଣ୍ଟି ମିଡ଼ିଆ ସାମ୍ବାଦିକା ଜଣକ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ସମ୍ପୂକ୍ତ ଯୁବକ ଜଣକ ଆଗରୁ ଦୁଇଟି ବିଭାହ କରିଛନ୍ତି। ତାଙ୍କ ନାମରେ କେନ୍ଦ୍ରାପଡ଼ା ମେରାଇନ ଥାନାରେ ପ୍ରଥମ ସ୍ତ୍ରୀ ର ମଡ଼ର କେଶ ବିଚାରଧୀନ ଭାବେ ରହିଅଛି।ତାହା ସହ ସମ୍ପୃକ୍ତ ରଙ୍ଗିଲା ପ୍ରେମିକ ଜଣଙ୍କ ଦ୍ୱିତୀୟ ବିଭାହ ମଧ୍ୟ କରିଛନ୍ତି। ତାଙ୍କର ଏକ ସାତ ବର୍ଷ କନ୍ୟା ସନ୍ତାନ ରହିଅଛି। ଏକାଧିକ ଯୁବତୀ ଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଛି।ତେବେ ଉକ୍ତ ଯୁବକ ଜଣକ ଭୁବନେଶ୍ୱର ୮ ନମ୍ବର HDFC ବ୍ୟାଙ୍କ ରେ ଲୋନ ବିଭାଗ ରେ କାର୍ଯ୍ୟ କରୁଅଛନ୍ତି। ଏବଂ ନିଜର ଭୁଲ ଠିକଣା ପଦାନ କରିବା ସହିତ ନିଜର ଡୁପ୍ଲିକେଟ ଆଧାର କାର୍ଡ ସମ୍ପୂକ୍ତ ସାମ୍ବାଦିକା ଙ୍କୁ ଦେଖାଇଥିଲେ। ତେବେ ସମ୍ପୂକ୍ତ ରଙ୍ଗିଲା ପ୍ରେମିକ ଙ୍କ ନାମ ଭାସ୍କାର ଦେଵନାଥ ପିତା ଲଷ୍ମଣ ଦେଵନାଥ ତାଙ୍କ ଭଡା ଘର ଭୁବନେଶ୍ୱର ବରଗଡ଼ ବିଟ କଲୋନୀ ଅଞ୍ଚଳର ବୋଲି ସାମ୍ବାଦିକା ପରେ ଜାଣିବାକୁ ପାଇଥିଲେ। ତେବେ ସମ୍ପୂକ୍ତ ସାମ୍ବାଦିକା ଜଣଙ୍କ ମନରେ ସନ୍ଦେହ ଆସିବାରୁ ତାଙ୍କୁ ସେ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ସମ୍ପୂକ୍ତ ଯୁବକ ଜଣକ ବିଭିନ୍ନ ଆଳ ଦେଖାଇ ଠକି ଚାଲିଥିଲେ। ଏନେଇ ସାମ୍ବାଦିକା ଜଣକ ଗତ ତା୨୪/୦8/୨୦୨୪ ରିଖ ରେ କ୍ୟାପିଟାଲ ମହିଳା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ସାମ୍ବାଦିକାଙ୍କ ଅଭିଯୋଗ ଆଧାରରେ 318(4),319(2),351(2),64(3)(M) ଦଫାରେ ମାମଲା ରୁଜୁ କରାଯାଇଥିଲା। ମହିଳା ଥାନା ଅଧିକାରିଣୀ ରୀନା ମିଶ୍ର ଙ୍କ ପରାମର୍ଶ କ୍ରମେ sub inspector ସଂଯୁକ୍ତା ସାହୁ ଘଟଣା ର ତଦନ୍ତ କରି ୨୮/୦୮/୨୦୨୪ ତାରିଖରେ ରଙ୍ଗିଲା ପ୍ରେମିକ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ପରେ ସମ୍ପୂକ୍ତ ଯୁବକ ଭାସ୍କର ଦେବନାଥ ଙ୍କ ବିଷୟରେ ପୋଲିସ ହାତରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା। ପୋଲିସର ତଥ୍ୟ ଅନୁସାରେ ରଙ୍ଗିଲା ପ୍ରେମିକ ଜଣକ ଆଗରୁ ଦୁଇଟି ବିବାହ କରିଥିଲେ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ର ହତ୍ୟା ମଧ୍ୟ କରିଥିଲେ, ଯାହାର କେଶ କୋଟ ରେ ବିଚାରଧୀନ ରହିଅଛି। ଏନେଇ ମହିଳା ଥାନା ପୋଲିସ ସମ୍ପୂକ୍ତ ରଙ୍ଗିଲା ପ୍ରେମିକ ଙ୍କୁ ଗିରଫ କରିବା ସହିତ କୋଟ ଚାଲଣ କରିବାରେ ସଫଳ ହୋଇଛି।