ପୁରା ଖବର ବିଷୟରେ



ଉଚ୍ଚ ଶିକ୍ଷା ନିମନ୍ତେ ନବାଗତ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଧନା

Aug 26 2024 7:11AM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିତୀୟ ବାର୍ଷିକ ଛାତ୍ରୀମାନଙ୍କ ଦ୍ୱାରା ନବାଗତ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସଭାରେ ନବାଗତ ଛାତ୍ରୀମାନଙ୍କୁ ବୈଦିକ ପ୍ରକ୍ରିୟାରେ ପୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପ୍ରଥମେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା୤ ଅଧ୍ୟକ୍ଷ ବକ୍ତବ୍ୟ ମାଧ୍ୟମରେ ଉଚ୍ଚ ଶିକ୍ଷା ଗ୍ରହଣକରି ଉତ୍ତମ ଚରିତ୍ର ଗଠନ, ସୁନାଗରିକ ହୋଇ ସମାଜ କଲ୍ୟାଣରେ ନିର୍ଣାୟକ ଭୁମିକା ଗ୍ରହଣ କରିବପାଇଁ ମତ ପୋଷଣ କରିଛନ୍ତି୤ ଅନ୍ୟ ମାନଙ୍କ ମଧ୍ୟରେମଧୁମିତା ମହାନ୍ତି, ଶ୍ରୀକାନ୍ତ ସାମଲ, ପ୍ରଶାନ୍ତ ଶତପଥୀ ସ୍ୱାଗତ ସଂବର୍ଦ୍ଧନା ସଭାର ତାତ୍ପର୍ଯ୍ୟ ଓ ବିଦ୍ୟାଳୟରେ ଶାନ୍ତିଶୃଙ୍ଖଳା ସହିତ ଅଧ୍ୟୟନ କରିବା ପାଈଁ ସମସ୍ତଙ୍କୁ ଆଗ୍ରହ କରିଥିଲେ୤ ବିଦ୍ୟାଳୟର ବରିଷ୍ଠ ଛାତ୍ରୀ ଅଙ୍କିତା ମଣ୍ଡଳ କାର୍ଯ୍ୟକ୍ରମଟିକୁ ପରୋଚାଳନା କରିଥିଲେ୤ ପରିଶେଷରେ ସାଂସ୍କୃତିକକାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଅଧ୍ୟାପକ ସମୀର ନାୟକ, ସୁନାଧର ପୁଜାରୀ, ସାମନ୍ତ ମାଝି, ଗାୟତ୍ରୀ ଜେନା ଜ୍ୟୋତୀର୍ମୟୀ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।