ପୁରା ଖବର ବିଷୟରେ



ପାର୍ସାଲି ନିୟମଗିରି ଅଞ୍ଚଳରେ ଶଚେତନ ରଥ

Aug 26 2024 6:39AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତ ପି.ଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମରେ ଆଜି ପ୍ରଚାର ରଥ କଲ୍ୟାଣସିଂହପୁର ବ୍ଲକର ପାର୍ସାଲୀ ନିକଟ ବିଭିନ୍ନ ଡଙ୍ଗରିଆ କନ୍ଧ ବସତିରେ ବୁଲିଥିବା ଦେଖିବାକୁ ମିଲିଛି l ବିଶେଷ ଭାବେ ଅନୁସୂଚିତ ଜନଜାତିଙ୍କ ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଭୟ ଓଡ଼ିଆ ଏବଂ ଡଙ୍ଗରିଆ କନ୍ଧ ଭାଷାରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି l ଡ଼.କୋ.ଉ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ଙ୍କ ଉପସ୍ଥିତ ଏବଂ ଅନ୍ୟ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁସୂଚିତ ଜନ ଜାତି ଡ଼ଙ୍ଗରିଆ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଆବେଦନ ସଂଗ୍ରହ କରାଯାଇଥିଲା l ସେଠାରେ ରକ୍ତ ଶିକୁଳି ରୋଗ ଚିହ୍ନଟ ସହ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ଳ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ୧୦ ସେପ୍ଟେମ୍ବର ଯାଏଁ କଲ୍ୟାଣ ସିଂହପୁର,ବିଷମକଟକ,ମୁନିଗୁଡା ଏବଂ ଗୁଣୁପୁର ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତରେ ସମୁଦାୟ ୨୩୭ ଗୋଟି ଗ୍ରାମରେ ବିଭିନ୍ନ ଶିବିର ମାଧ୍ୟମରେ ଚାଲୁ ରହିବ l ଡଙ୍ଗରିଆ କନ୍ଧଙ୍କ ବସତିକୁ ପକ୍କା ରାସ୍ତା,ପାନୀୟ ଜଳ,ବିଦ୍ୟୁତ ସଂଯୋଗ,ସ୍ୱାସ୍ଥ୍ୟ ସେବା,ସ୍କୁଲ,ଅଙ୍ଗନାୱାଡି,ମୋବାଇଲ ନେଟୱର୍କ ସୁବିଧା ସହ ସେଠାକାର ଅଧିବାସୀଙ୍କ ଆଧାର କାର୍ଡ, ରାସନ କାର୍ଡ,ଜନଧନ ଆକାଉଣ୍ଟ,ଆୟୁଷ୍ମାନ ଭାରତ କାର୍ଡ, କିସାନ କ୍ରେଡିଟ କାର୍ଡ,ଛାତ୍ରବୃତ୍ତି,ଭତ୍ତା,ପ୍ରସୂତି କାଳୀନ ସୁବିଧାର ଯୋଗ୍ୟ ହିତାଧିକାରୀ ମାନଙ୍କ ଜାତିଗତ ଓ ବାସିନ୍ଦା ପ୍ରମାଣପତ୍ର,ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବା ଏବଂ ବନଧନ ବିକାଶ କେନ୍ଦ୍ର ମାଧ୍ୟମରେ ବିଶେଷ ଭାବେ ଅନୁସୂଚିତ ଜନଜାତିର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆୟ ବୃଦ୍ଧି ଇତ୍ୟାଦି ପି.ଏମ୍ ଜନମନ ପରିଯୋଜନାର ଲକ୍ଷ୍ୟ l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୋୱରୀଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି କାମ କରୁଥିବା ବେଳେ ଜିଲ୍ଲା ନୋଡାଲ ଅଧିକାରୀ,ବ୍ଲକ ନୋଡାଲ ଅଧିକାରୀ ଚୟନ ସରିଛି ଏବଂ ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଟିକିନିଖି ତଦାରଖ ପାଇଁ ବ୍ଲକ ସ୍ତରୀୟ ଦଳକୁ ଦାୟିତ୍ୱ ଦିଆସରିଛି l