ପୁରା ଖବର ବିଷୟରେ



ପ୍ରଶାସନର ଅବହେଳା ଯୋଗୁଁ ଚାଷୀ ହତାଶ |

Aug 24 2024 7:53PM
(କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତ ହାତୀମୁଣ୍ଡା ଚେକ ଡ୍ୟାମ କେନାଲ ପରିଚାଳନା କୁ ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି l ଅନ୍ୟପଟେ କ୍ଷୁଦ୍ର ଜଳ ସେଚନ ବିଭାଗ ଚୁପ୍ ହୋଇ ବସିଛି l ଏହି ଚେକ ଡ୍ୟାମରୁ ପ୍ରତିବର୍ଷ ୧ ହଜାର ରୁ ଅଧିକ ହେକ୍ଟର ଜମିକୁ ପାଣି ମଡ଼ାଇବା ପାଇଁ କେନାଲ ବ୍ୟବସ୍ଥା କରାଯାଇଛି l ପ୍ରତିବର୍ଷ କିଛି ନା କିଛି ମାତ୍ରା ରେ କେନାଲ ମରାମତି ହେଉଥିଲା l କିନ୍ତୁ ଚଳିତ ବର୍ଷ ଚାଷ ସମୟ ପୂର୍ବରୁ କେନାଲ ଭାଙ୍ଗି ପୁଣି ଥରେ ଉକ୍ତ ପାଣି ନଦୀରେ ମିଶୁଥିବା ବେଳେ ପ୍ରଶାସନ ଚୁପ ହୋଇ ରହିଛନ୍ତି l ଖରିପ ଚାଷ ସମୟରେ କେନାଲ ପାଣି ଅପେକ୍ଷା କରି ପ୍ରାୟ ୨-୩ ମାସ ହେବ ଚାତକ ଭଳି ଅପେକ୍ଷା କରିଛନ୍ତି ଚାଷୀ କିନ୍ତୁ କେନାଲ ମରାମତି କରି ପାଣି ଛାଡିବାର ପ୍ରଶ୍ନ ଉଠୁନାହିଁ l ଏହା ନାମକୁ ମାତ୍ର ବୋଲି କତାଗୁଡା ଚାଷୀମାନେ ଅଭିଯୋଗ କରୁଛନ୍ତି l ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଠିକ ଭାବେ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଜଳ ପରିଚାଳନା କାର୍ଯ୍ୟ ଠିକ ହେଇପାରୁନାହିଁ l କାତାଗୁଡା ଚାଷ ଜମିକୁ କେନାଲ ମଧ୍ୟରେ ଟୋପେହେଲେ ପାଣି ଆସୁ ନଥିବାରୁ ଚାଷ ଜମି ପଡିଆ ରହି ଗୋଚରା ଭୂମି ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଯଦି ଏହି ପରି ହୁଏ ଜଳକର ଦେଉଥିବା ଜମିଗୁଡିକରେ ଚାଷ କାମ ହୋଇପାରିବନି ବୋଲି ଧାମୁଣି ପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ବଳରାମ କୌଶଲ୍ୟା,ଅରକ୍ଷିତ କୌଶଲ୍ୟା,ରାଇମଣି କୁଲସିକା,ଡମ୍ବରୁ କଞ୍ଜାକା,ଲେଲି କନ୍ଧପାଣି,ପର୍ଶୁ ମହାନନ୍ଦିଆ, ଜାଗଲି କନ୍ଧପାଣି,ଲକି କଞ୍ଜାକା,ବୁଡୁ କାଡ୍ରାକା,ଲିଙ୍ଗନା କଞ୍ଜାକା,ଚାମ୍ରା କନ୍ଧପାଣି,ସୀତାରାମ କୁଲସିକା,ସଙ୍ଗନା କାଡ୍ରାକା,ଲାଚିଗା ମାଣ୍ଡିକା,ଜାଗଲି କାଡ୍ରାକା,ଜାନି କଞ୍ଜାକା, ପତି ପାଲାକା,ବୁଡୁ ବାଗ,ଲେଲି ବାଗ,ମାନୁ ବାଗ,ଶୁକ୍ରୁ କାଡ୍ରାକା ପ୍ରମୁଖ ଉପସ୍ଥିତ ରହି ପ୍ରକାଶ କରିଛନ୍ତି l ଯୁଦ୍ଧକାଳୀନ ଭିତରେ କେନାଲ ମରାମତି ଓ ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ନିୟୋଜିତ କରିବାକୁ ଦାବି ଜୋର ହେଉଛି l