ପୁରା ଖବର ବିଷୟରେ



"ମାଁ ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ |

Aug 23 2024 6:27PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ସିକରପାଇ ଗ୍ରାମ ପଞ୍ଚାୟତ କ୍ରିକାଲପାଡୁ ଗ୍ରାମ ଅନୁକୂଲ୍ୟରେ ଥିବା (OPTCL) CA land 12.88 ହେକ୍ଟର ଜମିରେ ସିକରପାଇ ବନଖଣ୍ଡ ଅଧିକାରୀ ପ୍ରଦୀପ୍ କୁମାର ଜେନାଙ୍କ ତତ୍ୱାବଧାନରେ 'ମାଁ ପାଇଁ ଗଛ ଟିଏ'  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି | ମାଁ ମାନଙ୍କ ସ୍ମୃତିରେ ଗଛ ଲଗା  କାର୍ଯ୍ୟକ୍ରମ କରାଯାଇଛି l ଜଣେ ମାଁ ଯେମିତିକି ନିଜ ଶିଶୁ କୁ ଜନ୍ମ ଦେଲାପରେ ଲାଳନ ପାଳନ କରି ଯତ୍ନ ନେଇଥାଏ ସେହିପରି ଗଛ ଲଗେଇବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାରର ଉପକାର ହୋଇଥାଏ ଯଥା - ମୃତ୍ତିକା ଉର୍ବର ଓ ସଂଗ୍ରକ୍ଷଣ ଜଳ ସମ୍ପଦ ଭଳି ସୁରକ୍ଷା ସହ ଫଳ,ଫୁଳ,ଅମ୍ଳଜାନ,ଛାଇ ଦେବାସହିତ ପ୍ରତ୍ୟେକ ପଶୁ ପକ୍ଷୀ ଜୀବ ଜନ୍ତୁ ମନୁଷ୍ୟ ଙ୍କୁ ଅମ୍ଳଜାନ ଯୋଗାଇ ଥାଏ l ଏହି କାର୍ଯ୍ୟକ୍ରମ ଟିକୁ ଶିକରପାଇ ସେକ୍ସନ ରୁ ସୂର୍ଯ୍ୟ ପଟ୍ଟନାୟକ,ରାଧା ଅଟକା,ପୁଷ୍ପାଞ୍ଜଳି ନାଏକ,କେଦାର ଗୌରୀ,ରାମଚନ୍ଦ୍ର ସାମଲ, ସିକରପାଇ ସରପଞ୍ଚ - ଚୈତନ ତିଆକ,ସମିତିସଭ୍ୟ - ନାଗେଶ ମିଣିଆକା କଲ୍ୟାଣ ସିଂହପୁର 'ବି' ଜୁନ ଜିଲ୍ଲାପରିଷଦ ପ୍ରାର୍ଥନୀ ବୋମୀ ଗୌରୀଦେବି ଏବଂଧାମଳିମା ଗ୍ରାମ ର SHG ଗ୍ରୁପ ର ସମସ୍ତ ମାଁ ମାନଙ୍କୁ ନେଇ ବୃକ୍ଷ ରୋପଣ ' ମାଁ ପାଇଁ ଗଛ ଟିଏ ' କାର୍ଯ୍ୟକ୍ରମ ରେ କଲ୍ୟାଣ ସିଂହପୁର ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ଉପସ୍ଥିତ ରହି ଗଛ ଲଗାଇଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କ୍ରିକାଲପାଡୁ ଓ ଧାମଳିମା ଗ୍ରାମର ବହୁ ମାନ୍ୟ ଗଣ୍ୟ ଲୋକ ଉପସ୍ଥିତ ରହି  ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l