ପୁରା ଖବର ବିଷୟରେ



ଏମଭି-୨୯ ଗାଁ ପୋଖରୀରେ ମାଛ ମଡକ

Aug 23 2024 4:05AM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ଏମଭି-୨୯ ଗାଁ ପୋଖରୀରେ ମାଛ ମଡକ ଦୁଇ କ୍ୱିଣ୍ଟାଲରୁ ଉର୍ଦ୍ଧ ମାଛ ମରି ଭାସୁଛି ପାଣିରେ ମୃତ୍ୟୁର କାରଣ ଅସ୍ପଷ୍ଟ, ଚିନ୍ତାରେ ଗ୍ରାମବାସୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧୀନସ୍ତ ଏମଭି -୨୯ ନମ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି ଏହି ଗ୍ରାମରେ ଥିବା ଗାଁ ପୋଖରୀ ମାଛ ମଡକ ହୋଇଥିବା ଦେଖିବାକୁ ମିଳିଛି ।ଦିନେ ଦୁଇଦିନ ପୂର୍ବରୁ କୌଣସି କାରଣରୁ ଉକ୍ତ ପୋଖରୀରେ ଅଳ୍ପ କିଛି ମାଛ ମରି ପାଣିରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ହେଲେ ଆଜି ସକାଳୁ ଉକ୍ତ ପୋଖରୀରେ ଥିବା ମାଛ ମଧ୍ୟରୁ ପ୍ରାୟ ଦୁଇ କ୍ୱିଣ୍ଟାଲରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତିର ମାଛ ମରି ଉକ୍ତ ପୋଖରୀର ବିଭିନ୍ନ ସ୍ଥାନରେ ପାଣିରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।ତେବେ କେଉଁ କାରଣରୁ ଉକ୍ତ ପୋଖରୀରେ ଏତେ ପରିମାଣର ମାଛ ଏକ କାଳୀନ ମରି ପାଣିରେ ଭାସିଲେ ତାହ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।ଏ ସମ୍ପର୍କରେ ସୂଚନା ପାଇବା ପରେ କାମ୍ବେଡା ସରପଞ୍ଚ ରମାକାନ୍ତ ମାଡକାମୀ ଘଟଣା ସ୍ଥଳରେ ପହଞ୍ଚି ଏ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ପୋଖରୀରେ ଆଜି ଅଚାନକ ବିପୁଳ ପରିମାଣର ମାଛ ମରି ଭାସିବା ଯୋଗୁ ଗ୍ରାମ କମିଟିର ବହୁ ଟଙ୍କାର କ୍ଷତି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମ କମିଟିର ସଦସ୍ୟ ମାନଙ୍କର କହିବାନୁସାରେ ଏହି ପୋଖରୀରେ ଗତ ବର୍ଷର ପୁରୁଣା ମାଛ ପ୍ରାୟ ୫/୬ କ୍ୱିଣ୍ଟାଲ ଥିଲା । ଚଳିତ ବର୍ଷ ଏହି ପୋଖରୀରେ ପ୍ରାୟ ୭୫ ହଜାର ଟଙ୍କାର ଭାକୁର, ରୋହି, ମିରକାଳୀ ଓ ବିଭିନ୍ନ ପ୍ରକାର ମାଛର ଜାଅଁଳ କିଣି ଛଡା ଯାଇଥିଲା ।ତେବେ କେଉଁ କାରଣରୁ ଏହି ପୋଖରୀରେ ବିପୁଳ ପରିମାଣର ମାଛ ଏକକାଳୀନ ମଲେ ତାହାର ସତ୍ୟତା ଜାଣିବା ପାଇଁ ଜିଲ୍ଲା ମତ୍ସ ସମ୍ପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କାମ୍ବେଡା ସରପଞ୍ଚ ରମାକାନ୍ତଙ୍କ ସମେତ ଏମଭି-୨୯ଗ୍ରାମର ହର୍ଷିତ ଠିକାଦାର, ସଖାନାଥ ରାୟ,ଜୟଦେବ ବିଶ୍ୱାସ, କଙ୍କଣ ଅଧିକାରୀ,ପ୍ରହଲ୍ଲାଦ ଦତ୍ତ, ସୁଦାନ ରାୟଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି ।ତଦନ୍ତ ହେଲେ ମାଛ ମୃତ୍ୟୁର ପୃକୃତ କାରଣ ଜଣା ପଡିବ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି ।