ପୁରା ଖବର ବିଷୟରେ



ରାମନାଗୁଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Aug 12 2024 7:51PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) -ରାୟଗଡା ଜିଲ୍ଲା ରାମନାଗୁଡାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ , ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଉପ ଜିଲ୍ଲାପାଳ କିରଣ ଦୀପ କୌର,ସିଡିଓ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ପ୍ରମୁଖ ମଞ୍ଚାସୀନ ଥିବା ବେଳେ , ସିଡିପିଓ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ , ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ଥାନା ଅଧିକାରୀ ଜଳନ୍ଦର ସେଠି , ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ବିପିଏମ ଯସ୍ମୀନ ମୁଟିକା, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର,ପ୍ରାଣିଧନ ଚିକିତ୍ସା ଅଧିକାରୀ କୃଷ୍ଣ ନନ୍ଦ ବେହେରା,ଜଳ ପରିମଳ ନିର୍ବାହୀ ଯନ୍ତ୍ରୀ ଯାଦବ ସନ୍ତୋଷ ସମେତ ଜିଲ୍ଲା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ଏଥିରେ ମୋଟ ୬୫ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୫୫ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୦ ଗୋଟି ସାମୁହିକ ଭାବେ ଅଭିଯୋଗ ପଞ୍ଜିକରଣ ହୋଇଥିଲା ।ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଅଭିଯୋଗ ଗୁଡିକ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ।ଅଭିଯୋଗ ଶୁଣାଣି ର ସର୍ବଶେଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ,ରାୟଗଡ଼ା ତରଫରୁ ପାଞ୍ଚ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ (ଓମ୍ ଗାୟତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀ , ଢେପାଗୁଡା, ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ,ଗୋଟା,ଶ୍ରୀ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ,ଡାବିଲିଗୁଡ଼ା, ମା ଧନଲକ୍ଷ୍ମି ସ୍ଵୟଂ ସହାୟକ ଗୋଷ୍ଠୀ,ସୁଣ୍ଢିଧାମୁଣି ,ମା ସନ୍ତୋଶୀ ସ୍ଵୟଂ ସହାୟକ ଗୋଷ୍ଠୀ, ଗୁଲୁମୁଁଡ଼ା) ଙ୍କୁ ୨୦୦୦ କ୍ଷମତା ବିଶିଷ୍ଟ ମାଂସାଳ କୁକୁଡ଼ା ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏଥି ସହିତ ଅନ୍ୟ ତିନି ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ (ଆମତାଲି ସ୍ଵୟଂ ସହାୟକ ଗୋଷ୍ଠୀ, କଣ୍ଡାବାରିଡୀ,ମା ଜଗତ ଜନନୀ ସ୍ଵୟଂ ସହାୟକ ଗୋଷ୍ଠୀ, ଡୁମୁରି,ଜୟ ଭାରତମାତା ସ୍ଵୟଂ ସହାୟକ ଗୋଷ୍ଠୀ,ପୋଡବାସିଂ) ୩୦+୨ ଛେଳି ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଡାକ୍ତର ଦେବରାଜ ନାୟକ ଉପସ୍ଥିତ ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ଥାନା ଅଧିକାରୀ ଜଳନ୍ଦର ସେଠି ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।