ପୁରା ଖବର ବିଷୟରେ



ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Aug 10 2024 9:20PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ) ରାୟଗଡ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୌର, ରାୟଗଡ ଉପଜିଲ୍ଲାପାଳ ଶ୍ରୀମତୀ ସଂଘମିତ୍ରା ଦେଵୀ, ପିଡି ଦୁଡା ଶ୍ରୀ ଗୋରଚନ୍ଦ ଗମାଙ୍ଗ ଉପସ୍ଥିତ ଥିଲେ l ଜିଲ୍ଲାପାଳଙ୍କ ରାୟଗଡଜିଲାରୁ ବଦଳି ହୋଇ ସୁନ୍ଦରଗଡ଼ ଜିଲ୍ଲାକୁ ଯାଉଛନ୍ତି ଏବଂ ଶ୍ରୀ ମହାଜନଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇନେଉଥିବାରୁ ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିବାରୁ ସ୍ମରଣୀୟ ହୋଇ ରହିବେ l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମାତାବ୍ୟକ୍ତ କରିଥିଲେ l ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତାହସିଲଦାର,ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ l