ପୁରା ଖବର ବିଷୟରେ



ବିଶ୍ବ କ୍ରାନ୍ତିକାରୀ ଦିବସରେ ବିଶାଳ ଆଦିବାସୀ ଜନସମାବେଶରେ ବିକ୍ଷୋଭ ପ୍ରଦର୍ଶନ

Aug 10 2024 8:07PM
( ପ୍ରସାଦ ଲିମାଙ୍କ ରିପୋର୍ଟ) ୯ ବିଶ୍ବ କ୍ରାନ୍ତିକାରୀ ତଥା ଆଦିବାସୀ ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସଦରମହକୁମାରେ ଅଞ୍ଚଳର କ୍ରାନ୍ତିକାରୀ ଆଦିବାସୀ ଶ୍ରମିକ ନେତା ତଥା ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଆଦିବାସୀ ଦିବସ ବିଶାଳ ଆଦିବାସୀ ଜନସମାବେଶରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନୁଆଁ ବସଷ୍ଟାଣ୍ଡ ଠାରୁ ଆଦିବାସୀଙ୍କ ପାରମ୍ପରିକ ବେଶ ପୋଷାକରେ ନାଚ ଗୀତ ସହ ଆଦିବାସୀ ମାନଙ୍କ ହକ ଓ ଦାବୀ ସମ୍ପର୍କରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆଦିବାସୀ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ, ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ ବିଭିନ୍ନ ନାରା ଦେଇ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିବା ବେଳେ 18 ଦଫା ଦାବିରେ ମହାମହି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଅଗଷ୍ଟ 9 ତାରିଖ ଏକ କ୍ରାନ୍ତିକାରୀ ଦିବସ ହେତୁ "ଜାତୀୟ ଛୁଟି ଦିବସ" ରୁପେ ଘୋଷଣା କରିବା , UCC ଏବଂ CCA ଭଳି କଳା ଆଇନକୁ ବଦଂ କରିବା, ମିଥ୍ୟାରୋପରେ କେସରେ ରହିଥିବା ଆଦିବାସୀ ମାନଙ୍କୁ ଖଲାସ କରିବା, ଭାରତର ସମସ୍ତ ବନାଞ୍ଚଳରେ ଜଙ୍ଗଲ ଅଧିକାର ଅଧିନିୟମ ( ଏଫ୍‌ଆରଏ)କୁ କଡ଼ାକଡ଼ି ଲାଗୁ କରିବା ପାଇଁ ଉପାୟ ବାହାର କରିବା ଉପରେ ବିଚାର ବିମର୍ଶ କରିବା ନିମନ୍ତେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେବାକୁ ହେଉଥିବା ତ‌ତ୍କାଳକୁ ବନ୍ଦ କରିବା ଓ ଆଦିବାସୀ ଓ ପରିବେଶବିତ୍ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର କରିବା, ସମ୍ବିଧାନର ପଞ୍ଚମ ଅନୁସୂଚିତ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଅଧିକାର ଓ ହକ୍କ ଗୁଡ଼ିକ କାର୍ଯ୍ୟକାରୀ କରିବା, ଭାରତର ଆସାମ ରାଜ୍ୟ ଓଅନ୍ୟାନ୍ୟ ରାଜ୍ୟରେ ଥ‌ିବା ଆଦିବାସୀ ପାହାଡ଼ି ଜିଲ୍ଲା ଗୁଡ଼ିକୁ ପଞ୍ଚାୟତ ରାଜଘୋଷଣା କରିବା, MGNREGA କାମ ରେ ଦୈନିକ 600 ଟକାଂ ମଜୁରୀ ପ୍ରଦାନ କରିବା, ସାମୁହିକ ଜଙ୍ଗଲ ଅଧିକାର ସି.ଏଫ୍.ଆରର ଶାସନ ଓ ପରିଚାଳନା ପାଇଁ ଗ୍ରାମ ସଭା ଗୁଡ଼ିକୁ ସୁଦୃଢ଼ କରିବା, ଜଙ୍ଗଲ ଅଧିକାର ଆଇନ ଅଧିନରେ ଆସୁଥିବା ଯୋଗ୍ୟ ଗାଁ ଗୁଡ଼ିକର ଏକ‌ତ୍ରି କରଣ କରିବା, ଆଦିବାସୀ ମାନଙ୍କ ଭିତରେ ସାମ୍ପ୍ରଦାୟିକ ଘୃଣା କୁ ବଦଂ କରିବା, ଆଦିବାସୀ ଓ ଦଳିତ ଲୋକ ମାନଙ୍କ ଉପରେ ଅତ୍ୟାଚାର ବଦଂ କରିବା. ଆଦିବାସୀ ମାନକଂ ଉପରେ ମିଥ୍ୟା କେସ ବଦଂ କରିବା, ସିଲିଂ ବହିର୍ଭୁତ ଜମି ବଣ୍ଟନ କରିବା, ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ଓ ଗୁଣପୁର ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ଜମିଦାରମାନେ ଆଦିବାସୀମାନଙ୍କର ଜମିକୁ ବେ-ଆଇନ ଭାବେ ରେଜିଷ୍ଟ୍ରି କରି ନେଇଛନ୍ତି, ଏହାକୁ ତଦନ୍ତ କରି ଆଦିବାସୀ ମାନଙ୍କୁ ଫେରସ୍ତ କରିବା ନିମନ୍ତେ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ତ୍ରୀପତି ଗମାଙ୍ଗ,କୈଳାଶ ଶବର, ରାଜେନ୍ଦ୍ର ମାଝୀ, ରବି ନିମାଲା ,ଗୋପି ନିମାଲା, ଗାଗାନା ଶବର, ନକ୍ଷତ୍ର ଶବର , ରମେଶ ଶବର, ଅଗୟ ଶବର , ସମ୍ଭରା ଶବର, ତ୍ରିନାଥ ଶବର, ତୁଳସ ଶବର , ଝିରମୟ ମାଝୀ, ଭିମ ମାଝୀ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ ହେଇଥିଲା ।