ପୁରା ଖବର ବିଷୟରେ



ମାଓ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନ ଶିବିର

Aug 10 2024 2:08PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା କଲ୍ୟାଣି ସିଂହପୁର ବ୍ଲକ ପାର୍ସାଲି ଗ୍ରାମ ପଞ୍ଚାୟତ ନିୟମଗିରି ଅଞ୍ଚଳ ରେ ଆଦିମ କାଳରୁ ବସବାସ କରୁଥିବା ଆଦିବାସୀ ଜନଜାତି ଡ଼ଙ୍ଗରିଆ କନ୍ଧ ମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ସଚେତନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଗୁମା,ଲାମ୍ବା,ଡଙ୍ଗାମାଟି,ଲାଖପଦର ଅଞ୍ଚଳ ମାଓବାଦୀଙ୍କ ଗଡୋ ସାଜିଥିବା ବେଳେ,ନିୟମଗିରି ରେ ବସ ବାସ କରୁଥିବା ଡଙ୍ଗରିଆ କନ୍ଧ ମାଓ ବାଦୀ ଙ୍କ ଧମକ ଓ ଡରରେ ଭୟଭୀତ ହୋଇ କୋୖଣସି ସରକାରୀ ସୁବିଧା କୁ ଗ୍ରହଣ କରୁନଥିଲେ l ବର୍ତମାନ ସ୍ଥିତି ସୁଧୁରିବା ପରେ ଧିରେ ଧିରେ ସମସ୍ତେ ସରକାରୀ ଯୋଜନାକୁ ଗ୍ରହଣ କରିବାକୁ ଇଛା ପ୍ରକାଶ କରୁଛନ୍ତି l ନିୟମଗିରି ଅଞ୍ଚଳ ର ଆଦିବାସୀ ଡଙ୍ଗରିଆ କନ୍ଧ ମାନେ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମ୍ୟାଲେରିଆ ଡ଼ାଇରିଆ,ଡେଙ୍ଗୁ,ଯକ୍ଷ୍ମା,ସିକଲିଙ୍ଗ,ଟିଭି ଭଳି ରୋଗରୁ କେମିତି ସୁରକ୍ଷା ପାଇ ପାରିବେ ତାହାର ପ୍ରତିକ୍ରିୟା ନିମନ୍ତେ ସଚେତନ ଶିବିର ଅନୁଷ୍ଠିତ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ କଲ୍ୟାଣ ସିଂହପୁର ଗୋଷ୍ଟୀ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଟିମ ସହ ସ୍ଥାନୀୟ ପାର୍ସାଲୀ ପଂଚାୟତର ପୂର୍ବତନ ସରପଞ୍ଚ ବାମ କାଡ୍ରାକା ଓ ସମିତି ସଭ୍ୟ ବିକାଶ ବାଗ ଙ୍କ ସହ ନିୟମଗିରି ଅଞ୍ଚଳ ର ସମସ୍ତ ଅଙ୍ଗନୱାଡି କର୍ମି,ସମସ୍ତ ଆଶା କର୍ମୀ ଓ ଲାମ୍ବା ଓ ଗୁମ୍ମା ଗାଁ ର ମହିଳା ପୁରୁଷ ଉପସ୍ଥିତ ରହିଥିଲେ l