ପୁରା ଖବର ବିଷୟରେ



ପାହାଡ଼ରୁ ମାଟିଖସି ରେଳ ଚଳାଚଳ ଠପ

Aug 9 2024 8:29PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦରରେ ଥିବା ରେଲୱେ ଷ୍ଟେସନ ରାୟଗଡା ଠାରୁ କରାପୁଟ କୁ ଯାତାୟତ କରୁଥିବା ରେଳପଥ ଟ୍ରନେଲ ନମ୍ବର ୩୫ ଉପରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ ରୁ ମାଟି ଖସି ରେଳ ଚଳାଚଳ ଠପ ହୋଇଛି l ରାୟଗଡା - କରାପୁଟ ରେଳପଥ ପ୍ରାୟ ୩ଘଣ୍ଟା ଚଳାଚଳ ଉପରେ ବାଧାପ୍ରାପ୍ତ ହୋଇଥିଲା l ସେହିପରି ବିଶାଖାପାଟଣା - କରାପୁଟ ଓ କରାପୁଟ ଠାରୁ ବିଶାଖାପାଟଣା ଚଳାଚଳ ପ୍ରାୟ ୩୦ ମି. ବିଳମ୍ବରେ ଚାଲିଥିଲା l ଗୁରୁବାର ସକାଳ ୯ ଘଟିକା ସମୟରେ ମାଟି ଅତଡା ଓ ପଥର ଖଣ୍ଡ ଗୁଡାକ ରେଳପଥ ଉପରେ ପଡିରହିଥିବା ଦେଖିବାକୁ ମିଳିଛି l ତୁରନ୍ତ ରେଳ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ପହଂଚି ରେଳପଥ ଉପରେ ପଡିରହିଥିବା ମାଟି ଓ ପଥର ଖଣ୍ଡ ଗୁଡାକୁ ଜେସିବି ସାହର୍ଯ୍ୟରେ ସଫା କରିଥିଲେ ଓ ମଧ୍ୟାହ୍ନ ପ୍ରାୟ ୧୨. ୦୦ ଘଟିକା ସମୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା l ସିକରପାଇ ଷ୍ଟେସନ ରେ ଜଗଦଳପୁର - ହାୱାଡା ସମଲେଶ୍ୱରୀ ଏକ୍ସପ୍ରେସ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଥିଲା l ୪୫୦ ରୁ ଅଧିକ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହଇଥିଲେ l ପିଇବା ପାଇ ଶୁଦ୍ଧ ଜଳ ଟପାଏ ମଧ୍ୟ ମିଳି ନ ଥିଲା l ପିଲା ଛୁଆଙ୍କୁ ନେଇ ଯାତ୍ରା କରୁଥିବା ଯାତ୍ରୀ ମାନେ ହଇରାଣ ହୋଇଥିବାର ଭିଯୋଗ ହୋଇଛି l ଏଥିସହ ୩ଟି ମାଲବୁହା ରେଳ ଅଟକିବାର ରେଲୱେ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଥିଲା l