Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ l
Aug 9 2024 2:08PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ) ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆଜି ଗୋଟିଏ ପୁତ୍ର ସନ୍ତାନ କୁ ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରିଛନ୍ତି l ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ 2020 ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷ ଙ୍କ ନିକଟରେ ଆବେଦନ କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କ ଆଶା ପୂରଣ ହୋଇଛି l 4 ବର୍ଷ ର ଅପେକ୍ଷା ପରେ ଗତ 4 ମାସ ଧରି ସରକାରଙ୍କ ଦ୍ୱାରା ଲାଳନ ପାଳନ ହେଉଥିବା ଶିଶୁ ପୁତ୍ର କୁ ପାଇବା ର ସୋଭାଗ୍ୟ ଅର୍ଜନ କରିଛନ୍ତି ଏହି ଓଡ଼ିଆ ଦମ୍ପତ୍ତି l ଶିଶୁ ଟିକୁ ଜିଲ୍ଲାପାଳ ଙ୍କ ଠାରୁ ଗ୍ରହଣ ପାଇବା ମାତ୍ରେ ଉଭୟ ବେଶ ଆତ୍ମ ହରା ହୋଇ ପଡିଛନ୍ତି l କାରା କର୍ତ୍ତୁ ପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାପାଳ ଶ୍ରୀ ମହାଜନ ଉକ୍ତ ଶିଶୁ ପୁତ୍ର ଟି କୁ ହସ୍ତାନ୍ତର କରିଥିଲେ l ଏହି ଶିଶୁ ଟି ର କୌଣସି ଆଇନ ଗତ ଅଭିଭାବକ ନ ଆସିବାରୁ ଉକ୍ତ ଶିଶୁ କୁ ଆଇନ ଗତ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ କାରା କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିକୁ ଆଣିଥିଲେ l ଏହି ଶିଶୁ ଟି ଆଇନ ଗତ ଭାବେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରାଯାଇଥିଲା ଶିଶୁଟି କୁ ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ କମିଟି ର ୨ ସଦସ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଳ ଏବଂ ଶ୍ରୀଯୁକ୍ତ ଗାଗାରିନ ଶବର ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠି, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର କର୍ମଚାରୀ, ଆଇ.ଡ଼ି.ଏସ ସ୍ବେଛା ସେବୀ ସଂସ୍ଥା ର ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ଦାଶ ସମେତ ଅନ୍ୟ କର୍ମ ଚାରି ମାନେ ଉପସ୍ଥିତ ଥିଲେ l ଆଜି ମଧ୍ଯ ଅନ୍ୟ ଏକଓଡ଼ିଆ ଦମ୍ପତ୍ତି ଯିଏକି ପୂର୍ବରୁ ତା25/06/2024 ରିଖ ଦିନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, (IDS)ରାୟଗଡରୁ ଏକ କନ୍ୟା ସନ୍ତାନକୁ ଗ୍ରହଣ କରିଥିଲେ ସେହି ଶିଶୁ କନ୍ୟାଟିର ଆଜି ଶେଷ ପୋଷ୍ୟ ସନ୍ତାନ ଗ୍ରହଣ ଶୁଣାଣି କରି ଜିଲ୍ଲାପାଳ ଶ୍ରୀ ମହାଜନ ଚୁଡାନ୍ତ ପୋଷ୍ଯ ସନ୍ତାନ ଗ୍ରହଣ ଅର୍ଡର ପ୍ରଦାନ କରିଛନ୍ତି।