ପୁରା ଖବର ବିଷୟରେ



ବେସାହାରା ଡଙ୍ଗରିଆଙ୍କ ଦୁଃଖ ବୁଜୁଛି କିଏ |

Aug 8 2024 6:06PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ଗ୍ରାମ ପଞ୍ଚାୟତ ଟେଭାପୋଡା ଗ୍ରାମରେ ପ୍ରବଳ ବର୍ଷାଯୋଗୁଁ ଗୋଟିଏ ଘର ଭାଙ୍ଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଖବରରୁ ଜଣାପଡିଛି କି ବୁଧବାର ରାତି ପ୍ପ୍ରାୟ ୧୦ ଘଟିକା ସମୟରେ ବିଚରା ଆଦିଦିସୀ ଜନଜାତି ଡ଼ଙ୍ଗରିଆ କନ୍ଧ ମାନେ ଖାଇସାରି ଶୋଇ ପଡ଼ିଥିବା ସମୟରେ ପ୍ରବଳ ବର୍ଷା ହେବାରୁ ଘରର ପୁରୁଣା ମାଟିକାନ୍ଥ ହଟାତ ଭୁସୁଡ଼ି ଯାଇ ଦୁଇ ବଳଦ ଉପରେ ପଡି ଯାଇଥିଲା  କିନ୍ତ ବଳଦ ମାନେ ବଳଦ ମାନେ ସୁସ୍ଥ ରହିଥିବା ଖବର ମିଳିଛି | ନିଦରୁ ଉଠି ଦେଖିବା ବେଳକୁ ଘର ଭାଙ୍ଗି ଯାଇଛି | ଘରୁ ତୁରନ୍ତ ବାହାରି ଆସିଥିବାରୁ ଅଳ୍ପକେ ୫ ଜୀବନ ବର୍ତ୍ତୀ ଯାଇଥିଲା l ପୁରୁଣା ମାଟି ଘର କାନ୍ଥ ଗୁଡାକ ବର୍ଷା ଜଳରେ ଭିଜି ଭିଜି ବିପଦ ସଂକୁଳ ଅବସ୍ଥାକୁ ଆସିଯାଇଥିଲା ସେହି ଘରେ ଡାକଚା କାଡ୍ରାକା ସ୍ତ୍ରୀ ତେଲ କାଡ୍ରାକା ସହ ୩ ଝିଅ ରହୁଥିଲେ l ବହୁ ପୁରୁଣା ଘରେ ପରିବାର ରହୁଥିଲେ  କାନ୍ଥ ଗୁଡାକ ମାଟି ଖଣ୍ଡ ଖଣ୍ଡ ହୋଇ ବାହାରି ଯାଉଥିଲା l ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହେବାରୁ ଡାକଚା କାଡ୍ରାକା ଙ୍କ ଘରକାନ୍ଥ ଗୋଟିଏ ପାର୍ଶ୍ୱ ର ଭୁସୁଡ଼ି ପଡିଥିଲା l ସେହି ସମୟରେ ହଟାତ ଭୀଷଣ ଶବ୍ଦ ହେବାରୁ ଡାକଚା, ସ୍ତ୍ରୀ ତେଲ କାଡ୍ରାକା  ୩ ଝିଅ ସହ ବାହାରକୁ ପଳାଇ ଆସିଥିଲେ ଓ ଜୀବନ ରକ୍ଷା କରିଥିଲେ l ଘର ଭାଙ୍ଗିଯିବା ପରେ ପରିବାର ଲୋକେ କେଉଁଠି ରହିବେ ସେ ନେଇ ଡାକଚା କାଡ୍ରାକା ଚିନ୍ତାରେ l ଏଣୁ ତୁରନ୍ତ ପ୍ରଶାସନ ସରକାରୀ ସହାୟତା  ଯୋଗାଇ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଡାକଚା କାଡ୍ରାକା ନିବେଦନ କରିଛନ୍ତି l କେବଳ ଡାକଚା ନୁହେଁ ଅନେକ ଡ଼ଙ୍ଗରିଆ ମାଟି ଘରେ ଦୟନିୟ ଅବସ୍ଥାରେ ରହି ଆସୁଛନ୍ତି l ଅନେକ ଘର ବର୍ଷା ଜଳରେ ଭିଜି ଭିଜି ବିପଦ ସଂକୁଳ ଅବସ୍ଥାରେ ରହିଛି l ଏଭଳି ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରି ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି l