ପୁରା ଖବର ବିଷୟରେ



ହର ଘର ତିରଙ୍ଗା ନିମନ୍ତେ ପ୍ରସ୍ତୁତି ବୈଠକ

Aug 8 2024 7:44AM
(ସୁପ୍ରିୟା ସଡଙ୍ଗିଙ୍କ ରିପୋର୍ଟ ) "ପ୍ରତ୍ୟେକ ଘରେ ଓଡ଼ିବ ତିରଙ୍ଗା " ସ୍ଵାଧୀନତା ଦିବସ ପାଳନ ଅବସରରେ ଅମୃତମହତ୍ସବ ପାଳନର ପୂର୍ତ୍ତି ଅବସରରେ ଚଳିତ ବର୍ଷ ୧୩. ୦୮. ୨୦୨୪ରିଖରୁ ତା ୧୫. ୦୮. ୨୪ ପର୍ଯ୍ୟନ୍ତ ତିନିଦିନ ଧରି ହର ଘର ତିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି l ଏହି ଅବସରରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶ ଅନୁଯାୟୀ ଜିଲ୍ଲାରେ ଆଡ଼ମ୍ବର ସହକାରେ ପାଳନ ନିମନ୍ତେ ଆଜି ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତlରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରତିମା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଡିପିଏମ ଓଏଲେମ ହେମନ୍ତ କୁମାର ବାଗ, ଜାତୀୟ ବିଜ୍ଞାନ କେନ୍ଦ୍ର ଅଧିକାରୀ ଶ୍ରୀ ଗୁଣ ଶେଖର, ଏପିଡି ପ୍ରଭାତ ଲେଙ୍କା ଆଦି ଯୋଗଦେଇଥିବା ବେଳେ ଆୱାସି ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡ଼ିଓ, ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଆଲୋଚନା ଅଂଶଗ୍ରହଣ କରିଥିଲେ l ଆସନ୍ତା ତିରଙ୍ଗା ଉତ୍ସବ ନିମନ୍ତେ ୭୫ହଜାର ବିଭିନ୍ନ ବ୍ଲକକୁ ଯୋଗାଇ ଦିଆଯିବ l ଜିଲ୍ଲାର ୮ଗୋଟି ବ୍ଲକ ଲେବେଲ ଫେଡେରେସନ (ବିଏଲଏଫ )ମାଧ୍ୟମରେ ପ୍ରସ୍ତୁତ କରାଯାଇ ବଣ୍ଟାଯିବ l ପ୍ରତ୍ୟେକ ନାଗରିକ ଏହି ଉତ୍ସବରେ ସାମିଲହେଇପାରିବେ ଏଥି ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ l