ପୁରା ଖବର ବିଷୟରେ



ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହାକାଥନ ୨.୦ ପ୍ରତିଯୋଗୀତା ଅନୁଷ୍ଠିତ

Aug 7 2024 8:00AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହାକାଥନ ୨.୦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ମୋଟ ୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ରାୟଗଡ଼ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱ୍ଯାନ ମହାଜନ ଏହି ପ୍ରତିଯୋଗୀତାକୁ ଅନୁସାଙ୍ଗିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲାପାଳ ବିଭିନ୍ନ ସ୍ଟଲ ପରିଦର୍ଶନ କରି ପ୍ରତିଯୋଗୀ ମାନଙ୍କ ଚିତାକର୍ଷକ ପ୍ରଦର୍ଶନରେ ଅଭିଭୂତ ହୋଇ ରାଜ୍ୟ ସ୍ତରରେ ସଫଳତା କାମନା କରିଥିଲେ । ପ୍ରକଳ୍ପ ଗୁଡିକର ମୂଲ୍ୟାୟନ ନିମନ୍ତେ ଭୁବନେଶ୍ଵର ସ୍ଥିତ ଓ.ୟୁ.ଟି.ଆର ରୁ ବିଚାରକ ମଣ୍ଡଳୀ ଆସିଥିଲେ । ଏହି ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ପାୟଲ ପ୍ରଧାନ, ଓ.ଏ.ଭି, ରାମନାଗୁଡା ଙ୍କୁ ଟ. ୧୫,୦୦୦/- ର, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଧରିତ୍ରୀ କୁମାର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଙ୍କୁ ଟ. ୧୦,୦୦୦/- ର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ପ୍ରାର୍ଥନା ପରିଜାଙ୍କୁ ଟ. ୫୦୦୦/- ର ଚେକ ଅନ୍ୟ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଉକ୍ତ ତିନିଜଣ ପ୍ରତିଯୋଗୀ ଚଳିତମାସ ହେବାକୁ ଥିବା ରାଜ୍ୟସ୍ତରୀୟ ହାକାଥନ ପ୍ରତିଯୋଗିତାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝି, ବିଦ୍ୟାଳୟ ରା ଭାରପ୍ରାପ୍ତ ଅଧକ୍ଷ ଏ. ଶ୍ରୀନିବାସ,ରାୟଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ଦାସ ଉପସ୍ଥିତ ଥିଲେ । ଏହି କର୍ଜ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀ ଦୀପକ କୁମାର ବେହେରା ସଂଯୋଜନା କରିଥିଲେ ।