ପୁରା ଖବର ବିଷୟରେ



ପଞ୍ଚାୟତ ତରଫରୁ ଡ୍ରେନ ସଫା |

Aug 4 2024 9:28AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ପଞ୍ଚାୟତ ତରଫରୁ ଡ୍ରେନ ମରାମତି କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି l ମାଝୀଗୁଡା ଠାରେ ବହୁ ସଂଖ୍ୟାରେ ଲୋକ ଜ୍ୱର ମ୍ୟାଲେରିଆ,ଡ଼ାଇରିଆ,ଡେଙ୍ଗୁ,ଯକ୍ଷ୍ମା,କୃଷ୍ଠ ରୋଗରେ ପୀଡିତ ହେଉଥିବା ନେଇ ଏହାର ପ୍ରତିକାର ଓ ନିବାରଣ ନିମନ୍ତେ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସଚେତନ କରାଯାଇଥିଲା l ମାଝୀଗୁଡା ଗ୍ରାମର ସାପ୍ତାହିକ ହାଟ ପ୍ରତ୍ୟକ ମଙ୍ଗଳ ବାର ରେ ବଜାର ହେଉଛି ତହିଁରୁ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ଫିଙ୍ଗାଫପଡା କରିବାଦ୍ବାରା ଅଳିଆ ଆବର୍ଜନା ଜମି ରହୁଥିବା ଦେଖିବାକୁ ମିଳିଛି l ଏଣୁ ପ୍ରତ୍ୟକ ସାହି ଗୁଡିକରେ ଥିବା ଡ୍ରେନ,ନାଳ,ରାସ୍ତା,ଆଖପାଖ ପରିବେଶ ସଫାରଖି ମଶାରୀ ଟାଣି ଶୋଇବା,ସାବୁନରେ ଭଲରେ ହାତ ଧୂଇବା ବିଭିନ୍ନ ପ୍ରକାର ସୂଚନା ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ସହଯୋଗ ରେ ଡାକ ବାଜି ଯନ୍ତ୍ର ସାହାର୍ଯ୍ୟରେ ବୁଝା ଯାଇଥିଲା l ଏଠାରେ ସପ୍ତାହିକ ହାଟ ହେଉଥିବା ଯୋଗୁଁ ନାଳନର୍ଦ୍ଧମା ଡ୍ରେନ ରେ ଅଳିଆ ଆବର୍ଜନା ଜିନିଷ ପତ୍ର ପକାଇ ଦେଉଥିଲେ l ଯାହା ଦ୍ୱାରା ଡ୍ରେନ ରେ ବର୍ଷା ଦିନ ହୋଇଥିବାରୁ ପାଣି ଜମି ମଶା ମାଛି ଙ୍କ ପ୍ରାଦୁର୍ଭାବ ସୃଷ୍ଟି ହେଉଥିଲା l ଉକ୍ତ ମଶା କାମୁଡ଼ିଲେ ମ୍ୟାଲେରିଆ,ଡ଼ାଇରିଆ,ଡେଙ୍ଗୁ,ଯକ୍ଷ୍ମା,କୃଷ୍ଠ ତଥା ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେବାକୁ ପଡୁଥିବା ଦେଖି ମାଝୀଗୁଡା ସରପଞ୍ଚ ଶାନ୍ତି କାଣ୍ଡଗିରି ଙ୍କ ନିର୍ଦେଶ ରେ ପଞ୍ଚାୟତ ପକ୍ଷରୁ ଗ୍ରାମରେ ଥିବା ପ୍ରତ୍ୟକ ସାହି ଡ୍ରେନ ନାଳନର୍ଦ୍ଧମା ମରାମତି କରାଯାଇଥିବା ଦେଖିବାକୁ ମିଳିଛି l