ପୁରା ଖବର ବିଷୟରେ



ପ୍ରଶାସନଙ୍କୁ ଗୁହାରି କରି ସେସରେ କୃଷକ ମାନେ କଲେ କେନାଲ ମରାମତି

Aug 3 2024 8:02PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ ବଡଦ୍ୱାର ସାହିର କେନାଲ ପ୍ରତି ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଗ୍ରାମର କୃଷକ ମାନେ ମିସି ମରାମତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଏଠାରେ ପ୍ରକାଶ ଥାଉକି କ୍ଷୁଦ୍ର ଜଳ ସେଚନ  ବିଭାଗ ରାୟଗଡା ତରଫରୁ ଦୀର୍ଘ ୫ବର୍ଷରୁ ଉର୍ଦ୍ଧ ହେବ ବଡଦ୍ୱାର ସାହି ପୁଇଗୁଡା ଚାଷୀ ମାନଙ୍କ ଚାଷଜମି କୁ ପାଣି ପହଞ୍ଚାଇବା ନିମନ୍ତେ ଗିରିଆଗୁଡା ନଳରେ ପୂର୍ବରୁ ରହିଥିବା ମୁଣ୍ଡାକୁ ସମ୍ପୂର୍ଣ ନଷ୍ଟ କରାଯାଇ ନୂତନ ଭାବେ ଡ୍ୟାମ ନିର୍ମାଣ କରାଗଲା କିନ୍ତୁ ଆଜିପର୍ଯ୍ୟନ୍ତ କେନାଲ ର ବ୍ୟବସ୍ଥା ନକରିବା ହେତୁ ଗ୍ରାମ  ପଞ୍ଚାୟତ ତରଫରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହାୟତାରେ କେନାଲ ନିର୍ମାଣ କରାଯାଇଅଛି l ଉକ୍ତ କେନାଲ ନିର୍ମାଣ ର ଦୀର୍ଘବର୍ଷ ପରେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ତରଫରୁ କେନାଲ କୁ ମରାମତି ନିମନ୍ତେ କୌଣସି ପ୍ରକାର ଅନୁଦାନ ମିଳୁନଥିବାରୁ ହେତୁ ବାରମ୍ବାର ଗ୍ରାମର କୃଷକ ମାନେ ପଞ୍ଚାୟତ ଠାରୁ ବ୍ଲକ ପଯ୍ୟନ୍ତ ଯାଇ ହତାଶ ହୋଇପଡ଼ିଥିଲେ l ଚଳିତ ବର୍ଷ ଖରିପ ଋତୁର ଚାଷ କାର୍ଯ୍ୟ ନିମନ୍ତ ବର୍ଷା ର ଲୁଚକାଳୀ ଖେଳ ଦେଖି ବାଧ୍ୟହୋଇ କେନାଲ ମରାମତି କରିବା ଦୃଶ୍ୟ ଦେଖିବାକୁ ମିଳିଛି l ଗ୍ରାମର,ଚିନମାଳୀ କୌଶଲ୍ୟା,ଗରିବ ଗରଡ଼ିଆ, ସୁରେଶ ଗରଡ଼ିଆ,କାମେଶ ଭତ୍ରା,ଇନ୍ଦ୍ର ମହାନନ୍ଦିଆ,ଲେଲି ଭତ୍ରା,ନନ୍ଦ ଭତ୍ରା, ରୂପଧର ଗରଡ଼ିଆ,ଜୟମଲ କୌଶଲ୍ୟା, ବଳରାମ କୌଶଲ୍ୟା,ପ୍ରମୁଖ ଥାଇ କେନାଲ ମରାମତି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି l ଏଣୁ ପଞ୍ଚାୟତ ବା ବ୍ଲକ ପ୍ରଶାସନ ତରଫରୁ ଉକ୍ତ ଡ୍ୟାମ କେନାଲକୁ ମରାମତି କରିଥିବା ଶ୍ରମିକ ଚାଷୀ ଭାଇମାନଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନ କଲେ ବଡଦ୍ୱାର ସାହି ଚାଷୀ ଚାଷ ଜମିକୁ ପାଣି ମଡ଼ାଇ ଚାଷ କରି ପାରିଥାନ୍ତେ ବୋଲି ଅନୁରୋଧ କରୁଥିବା କହିଛନ୍ତି |