ପୁରା ଖବର ବିଷୟରେ



ଡିଜିଟାଲ କ୍ରପ୍ସ ସର୍ଭେ"ନିମନ୍ତେ ବ୍ଲକ ସ୍ତରୀୟ କମିଟି ବୈଠକ

Aug 2 2024 8:03PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ କୃଷି ବିଭାଗ ଗୁଡ଼ାରୀ ତରଫରୁ "ଡିଜିଟାଲ କ୍ରପ୍ସ ସର୍ଭେ " ନିମନ୍ତେ ବ୍ଲକ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଗୁଡ଼ାରୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୁଡ଼ାରୀ ସୁଶ୍ରୀ ଏ.ସ୍ନେହଲତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରଥମ ଥର ପାଇଁ ଜିଲ୍ଲାର ପ୍ରତି ବ୍ଲକ, ଗ୍ରାମପଞ୍ଚାୟତ ଓ ଗ୍ରାମ/ ପଡା ସ୍ତରରେ ପ୍ରତି ପ୍ଲଟକୁ ନେଇ ଚଳିତ ମାସ ୧୬ ତାରିଖରୁ "ଡିଜିଟାଲ କ୍ରପ୍ସ ସର୍ଭେ " ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ ସର୍ଭେ କାର୍ଯ୍ୟକ୍ରମରେ ରାଜସ୍ୱ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଷ୍ଟାର୍ଟସ୍କାଲ ବିଭାଗ ଯୋଡିହୋଇ ହୋଇଥିବା ବେଳେ ଗ୍ରାମ ସ୍ତରରେ କୃଷକ ସାଥି, ପ୍ରାଣୀମିତ୍ର, କୃଷି ମିତ୍ର ମାନେ ଉପସ୍ଥିତ ରହି ସହଯୋଗ କରିବେ ବୋଲି ମତପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ ମାଷ୍ଟର ତାଲିମ ଦାତାମାନେ ନିଯୁକ୍ତି ରହିବେ। ଉକ୍ତ ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଭାରପ୍ରାପ୍ତ ବିଡ଼ିଓ ଶ୍ରୀମତି ସସ୍ମିତା ଶବର, ବ୍ଲକ କୃଷି ଅଧିକାରୀ ଶ୍ରୀ ବିଭୁତି ଭୂଷଣ ବିଶୋଇ, ସହକାରୀ କୃଷି ଅଧିକାରୀ ଶ୍ରୀ ସୁଶୀଲ ଶବର,ଓଡିଶା ଜୀବିକା ମିଶନ ବିପିଏମ ଶ୍ରୀ ମାନସ ରଞ୍ଜନ ବାରିକ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସନତ କୁମାର ଜେନା, ସହକାରୀ ମତ୍ସ୍ୟ ଅଧିକାରୀ ସୁଶ୍ରୀ ଏମ. ପ୍ରତୀକ୍ଷା ,ପ୍ରମୁଖ ମଞ୍ଚାସୀନ ଅଧିକାରୀ ଭାବେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।