ପୁରା ଖବର ବିଷୟରେ



ସହାୟତା ଅପେକ୍ଷାରେ ଚା ଦୋକାନୀ ମୁରଲୀ ଗୌଡ଼ |

Aug 1 2024 12:44PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମ୍ବାରଗୁଡା ଛକରେ ଥିବା ଜଣା ଶୁଣା ଚା ଦୋକାନୀ ମୁରଲୀଧର ଗୌଡ଼ (୩୭) ସରକାରୀ ସହାୟତା ଅପେକ୍ଷାରେ । ଦିନ ଥିଲା ବେଶ ହସ ଖୁସିରେ ସ୍ତ୍ରୀ ସୁକାନ୍ତି ଗୌଡ଼,ପୁଅ ଚନ୍ଦନ ଓ ବୁଢ଼ୀ ମା ଙ୍କ ସହ ଦିନ କାଟି ଆସୁଥିଲେ । କିନ୍ତୁ ଦଇବ ଦଉଡି ମଣିଷ ଗାଈ ଜେଣିକି ଟାଣିଲେ ତେଣିକି ଯାଇ,ହଟାତ ମାଡି ଆସିଲା ତୋଫାନ ପରି ଦୁର୍ଘଟଣା । ଦୁଇ ବର୍ଷ ତଳେ ଘରେ ପାଳନ କରିଥିବା ଗାଈ ସନ୍ଧ୍ୟାରେ ଘରକୁ ନ ଫେରିବାରୁ ଖୋଜିବା ପାଇଁ ବାହାରି ଥିଲେ ଉକ୍ତ ସମୟରେ ରାସ୍ତାରେ ଦୁଇ ଯୁବକ ବାଇକ ରେ ଆସି ପଛପଟରୁ ମୁରଲୀ ଙ୍କୁ ଧକ୍କା ମାରି ଚାଲିଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଅଣ୍ଟାର ପଞ୍ଜରା ହାଡ଼ ଭାଙ୍ଗି ଗଲା ପରେ ସ୍ଥାନୀୟ ଲୋକମାନେ ଦେଖି ଘରକୁ ଫୋନ କରି କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରି ଡାକ୍ତର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ତାନାନ୍ତର କରିଥିଲେ | ମୁଖ୍ୟ ଚିକିତ୍ସାଳୟରେ ଅଧିକ ଗୁରୁତର ଆହତ ହୋଇଥିବାରୁ କଟକ ବଡ ମେଡ଼ିକାଲ କୁ ପଟାଇଥିଲେ । ପୂର୍ବତନ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ପାଇ ଥିଲେ । ତାହା କାର୍ଯ୍ୟକାରୀ ହେଉଛି ବୋଲି ଆଶାରେ ମେଡ଼ିକାଲ କୁ ଯାଇଥିବା ବେଳେ ଭାଗ୍ୟ ର ଦଉଡି ସେହିଟା ମଧ୍ୟ କଟିଯାଇଥିଲା। କାର୍ଡ କାମ ଦେଉନି ବୋଲି ମେଡ଼ିକାଲ ରେ ମନା କରିଦେଇଥିବା ସ୍ତ୍ରୀ ସୁକାନ୍ତି କହିଛନ୍ତି। କଟକ ବଡ ମେଡ଼ିକାଲରେ ପାଖା ପାଖି ୮ ରୁ ୯ ମାସ ଧରି ଚିକିତ୍ସା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ପାରି ନ ଥିଲା । ସ୍ୱାମୀ ଙ୍କୁ ସୁସ୍ଥ କରିବା ପାଇଁ ସ୍ତ୍ରୀ ଘରେ ଥିବା ସୁନା ଗହଣା ସହିତ ଗାଈ ଗୋରୁ ଯାହା ଥିଲା ଚାଷ ଜମି ସବୁ ବିକ୍ରି କରି ପାଖା ପାଖି ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ସବୁ ସାରି ଦେଇଥିଲେ । ଏତିକି ଟଙ୍କା ନ ଅଣ୍ଟିବାରୁ ବାଧ୍ୟ ହୋଇ କଟକ ବଡ ମେଡ଼ିକାଲ ରୁ ନିଜ ଘରକୁ ଫେରାଈ ଆଣି ଥିଲେ। ପରେ ସରକାରି ସହାୟତା ଯୋଗାଇ ଦେବେ ବୋଲି ଆଶା ବାନ୍ଧି ଗୁଆରୀ କରିବା ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ବ୍ଲକ ଅଧିକାରୀ,ସରପଞ୍ଚ,ସମିତି ସଭ୍ୟ,ବିଧାୟକ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବୁଲି ବୁଲି ନିରାଶ ହୋଇ ଆଜି ହାର ନ ମାନି ପୁଣି ନିଜେ କଷ୍ଟେ ମଷ୍ଟେ ଚା ବିକ୍ରି କରି ନିଜେ ଚିକିତ୍ସା ହେଉଥିବା ମୁରଲୀ ଗୌଡ଼ଙ୍କ ସ୍ତ୍ରୀ ସୁକାନ୍ତି କୋହଭାର କଣ୍ଠରେ କହିଛନ୍ତି। ଯାହାକି ବୁଦ୍ଧି ଯିବି ମହଲରେ ଦୁଃଖ ପ୍ରକାଶ ପାଇଛି। ଏହି ଗରିବ ନିରୀହ ମୁରଲୀ ଙ୍କୁ ନୂତନ ସରକାର କିମ୍ବା ସହୃଦୟବାନ ବ୍ୟକ୍ତିବିଶେଷ ସାହାଯ୍ୟ କଲେ ପୁଣି ମୁରଲୀଙ୍କ ପରିବାରରେ ହସର ଲୋହାରୀ ଭୋରୀ ଖୁସିରେ ସୁନାର ସଂସାର ଗଢିଉଠିବ ବୋଲି ଅନେକ ଆଶା |