ପୁରା ଖବର ବିଷୟରେ



ବିଭଗୀୟ ଅଧିକାରୀଙ୍କ ଅବହେଳା ହେତୁ ଚାଷୀକୁଳ ହନ୍ତସନ୍ତ |

Jul 31 2024 7:02PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତ ହାତୀମୁଣ୍ଡା ଚେକ ଡ୍ୟାମ କେନାଲ ପରିଚାଳନା କୁ ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି l ଅନ୍ୟପଟରେ କ୍ଷୁଦ୍ର ଜଳ ସେଚନ ବିଭାଗ ଚୁପ୍ ହୋଇ ବସିଛି l ଏହି ଚେକ ଡ୍ୟାମରୁ ପ୍ରତିବର୍ଷ ୧ ହଜାର ରୁ ଅଧିକ ହେକ୍ଟର ଜମିକୁ ପାଣି ମଡ଼ାଇବା ପାଇଁ କେନାଲ ବ୍ୟବସ୍ଥା କରାଯାଇଛି l ପ୍ରତିବର୍ଷ କିଛି ନା କିଛି ମାତ୍ରା ରେ କେନାଲ ମରାମତି ହେଉଥିଲା l କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମରାମତି କରାଯାଇ ନଥିବାରୁ ଡ୍ୟାମ ପାଣି ଛଡାଗଲେ କେନାଲ ଭାଙ୍ଗିଯାଇଥିବା ହେତୁ ପାଣି ବାହାରକୁ ବାହାରିଯାଉଛି l ଏହି କେନାଲ କେଉଁଠି ମରାମତି ହେବ ଓ ପାଣି କିଭଳି ପରିଚାଳନା କରାଯିବ ସେ ନେଇ ପାଣି ପଞ୍ଚାୟତ ରହିଛି l କିନ୍ତୁ ଏହା ନାମକୁ ମାତ୍ର ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି l ବିଭାଗ ତରଫରୁ ଜଣେ କର୍ମଚାରୀ ଜନାର୍ଦ୍ଧନ ପଟ୍ଟନାୟକ ୩୦ ବର୍ଷ ଧରି କେନାଲ ମରାମତି ଠାରୁ ପାଣି ପରିଚାଳନା ସହ ଚେକ ଡ୍ୟାମ ର ତଦାରଖ କରି ଆସୁଥିଲେ l କିନ୍ତୁ ଗତ ନିର୍ବାଚନ ସମୟରେ ନିଜର କର୍ତ୍ତବ୍ୟ ସାରି ଗୁଣୁପୁର ରୁ ନିଜ ଘର କଲ୍ୟାଣ ସିଂହପୁର କୁ ଆସିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ l ସେ ଉଚ୍ଚ ସ୍ତରୀୟ ଚିକିତ୍ସା ହୋଇ ଫେରିଛନ୍ତି ସତ କିନ୍ତୁ ଠିକ ଭାବରେ ଚଳାବୁଲା କରିପାରୁନଥିବାରୁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି l ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଠିକ ଭାବେ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଜଳ ପରିଚାଳନା ହେଇପାରୁନାହିଁ l ଗତ୨ସପ୍ତାହ ହେବ ବର୍ଷା ଲାଗିରହିଥିବା ବେଳେ ନଦୀରେ ୧୦ଫୁଟ ପାଣି ଆସିଥିଲା ହେଲେ ଡ୍ୟାମରୁ ପାଣି କେନାଲ ମାଧ୍ୟମରେ ଛଡାଯାଇଛି କିନ୍ତୁ କାତାଗୁଡା ଗ୍ରାମ ଚାଷ ଜମିକୁ କେନାଲ ମଧ୍ୟରେ ଟୋପେହେଲେ ପାଣି ଆସି ନଥିବା ଦେଖିବାକୁ ମିଳିଛି l ଜୁଲାଇ ୧ତାରିଖରୁ କେନାଲରେ ପାଣି ଛାଡ଼ିବାର ନିୟମ ରହିଛି l କିନ୍ତ କର୍ମଚାରୀ ଶ୍ରୀ ପଟ୍ଟନାୟକ ଅସୁସ୍ଥ ଥିବାରୁ ଅନାଭିଜ୍ଞ ଲୋକଙ୍କ ଦ୍ୱାରା ପାଣି ପରିଚାଳନା ହେଉଛି l ତେଣୁ କେନାଲରେ ଠିକ ଭାବେ ପାଣି ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l ଚଳିତ ଖରିଫ ରୁତୁ ରେ କେନାଲ ପ୍ରତି କ୍ଷୁଦ୍ର ଜଳ ସେଚନ ବିଭାଗ ଦୃଷ୍ଟି ଦେଇନଥିବାରୁ ମରାମତି ହୋଇପାରିନାହିଁ l ଫଳରେ କେନାଲରେ ପାଣି ଆସିଲେ ବାରମ୍ବାର କେନାଲ ଭାଙ୍ଗି ଯାଉଥିବା ଦେଖିବାକୁ ମିଳିଛି l ପୁଣି ମରାମତି କରିବା ପରେ ପାଣିଛଡା ଯାଉଥିଲେ ମଧ୍ୟ ପୁଣି ଘାଇ ଗୁଡିକ ସୃଷ୍ଟି ହୋଇଛି l ଯଦି ଏ ପରି ହୁଏ ଜଳକର ଦେଉଥିବା ଜମିଗୁଡିକରେ ଚାଷ କାମ ହୋଇପାରିବନି ବୋଲି ଧାମୁଣି ପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ବଳରାମ କୌଶଲ୍ୟା,ଅରକ୍ଷିତ କୌଶଲ୍ୟା,ରାଇମଣି କୁଲସିକା,ଡମ୍ବରୁ କଞ୍ଜାକା,ଲେଲି କନ୍ଧପାଣି,ପର୍ଶୁ ମହାନନ୍ଦିଆ, ଜାଗଲି କନ୍ଧପାଣି,ଲକି କଞ୍ଜାକା,ବୁଡୁ କାଡ୍ରାକା,ଲିଙ୍ଗନା କଞ୍ଜାକା,ଚାମ୍ରା କନ୍ଧପାଣି,ସୀତାରାମ କୁଲସିକା,ସାଙ୍ଗନା କାଡ୍ରାକା,ଲାଚିଗା ମାଣ୍ଡିକା,ଜାଗଲି କାଡ୍ରାକା,ଜାନି କଞ୍ଜାକା, ପତି ପାଲାକା,ବୁଡୁ ବାଗ,ଲେଲି ବାଗ,ମାନୁ ବାଗ,ଶୁକ୍ରୁ କାଡ୍ରାକା ପ୍ରମୁଖ ଉପସ୍ଥିତ ରହି ପ୍ରକାଶ କରିଛନ୍ତି l ଯୁଦ୍ଧକାଳୀନ ଭିତ୍ତିରେ କେନାଲ ମରାମତି ଓ ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ନିୟୋଜିତ କରିବାକୁ ଦାବି ହେଉଛି l