ପୁରା ଖବର ବିଷୟରେ



ଅବ୍ୟବସ୍ଥା ଘେରରେ ନିୟମଗିରି ରାସ୍ତା |

Jul 31 2024 3:43PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତ ଢେପାଗୁଡା ଛକ ଠାରୁ ମେଲକଯୁବା ହୋଇ ନାରିଙ୍ଗତଳା ଗ୍ରାମ ଦେଇ ନିୟମଗିରି ପାହାଡ଼ ଶିଖର ଲାଖପଦର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ବର୍ତମାନ ସ୍ୱଚନୀୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି l କଲ୍ୟାଣ ସିଂହପୁର ଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ପୂର୍ତ୍ତି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି l ଉକ୍ତରାସ୍ତାର ଧାମୁଣିପଙ୍ଗା ଗ୍ରାମପଞ୍ଚାୟତ ଢେପାଗୁଡା ଛକ ବା ଆରଡ଼ି ମୁଖ୍ୟରାସ୍ତା ଠାରୁ ମେଲକଯୁବା,ନାରିଙ୍ଗତଳା ଓ ପାର୍ସାଲି ପଞ୍ଚାୟତ ବୁଡୁଣି ଓ ଚାଟିକଣା କୁ ସଂଯୋଗ ହେବା ସହ ବୁଡୁଣି ଛକ ଠାରୁ ପାର୍ସାଲି ପଞ୍ଚାୟତ ନିୟମଗିରି ପାହାଡ଼ରେ ଥିବା ଲାଖପଦର ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ତରଫରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା l ଉକ୍ତ ରାସ୍ତାରେ ଓଜନବୁହା ଗାଡି ବା ଭାରିଯାନ ଯିବା ଆସିବା ନ କଲେ ମଧ୍ୟ ସ୍ଥାନେ ସ୍ଥାନେ ବଜରି ମେଟାଲ ଗୁଡ଼ିକ ବାହାରି ପିଚୁ ମଧ୍ୟ ବାହାରି ଯାଇଥିବା ଦେଖିବାକୁ ମିଳିଛି | ତୋ କିଛି କିଛି ସ୍ଥାନରେ ରାସ୍ତା ଦବି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି l ନିୟମଗିରିରେ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧ ଓ ଅନୁସୂଚିତଜାତି,ଅନୁସୂଚିତଜନଜାତି ଲୋକ ମାନେ ସବୁଦିନ ମହିଳା,ପୁରୁଷ,ସ୍କୁଲ କଲେଜ ପଢୁଆ ଛାତ୍ରଛାତ୍ରୀ ଏହି ରାସ୍ତା ଉପରେ ଭରସା କରିଥାନ୍ତି | ଏହି ରାସ୍ତାରେ ବାଇକ ସାହାର୍ଯ୍ୟରେ ଯିବା ଆସିବା ବେଳେ ରାସ୍ତା ଖରାପ ଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହେଉଥିବା କହିଛନ୍ତି l ଆଉ ମଧ୍ୟ ଏହି କାର୍ଯ୍ୟ ସମ୍ପାଦନା କରିଥିବା କତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିପରି ଅବ୍ୟବସ୍ଥା ଦେଖାଦେଇଛି | ଆଉ କିଛି ଲୋକଙ୍କ ଦୃଘଟଣାଗ୍ରସ୍ତ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଥିବା ପୂର୍ବତନ ସରପଞ୍ଚ ବାମ କାଡ୍ରାକା କହିଛନ୍ତି l ଉକ୍ତ ରାସ୍ତା ନିର୍ମାଣ ହେବା ପରେ ମେଲକଯୁବା ଠାରୁ ନାରିଙ୍ଗତଲା ରାସ୍ତା ଖରାପ ହୋଇପଡିଥିବାରୁ ବର୍ତ୍ତମାନ ମେଲକଯୁବା କଲ୍ୟାଣୀ ନଦୀ ଛକ ଠାରୁ କଂଅରଗୁଡା ଦେଇ ନାରିଙ୍ଗତଲା ଭାୟା ରାବୁଗୁଡ଼ା ରାସ୍ତାରେ ଯିବା ଆସିବା କରୁଥିଲେ ସୁଦ୍ଧା ଉକ୍ତ ରାସ୍ତାର ଅବସ୍ଥା ମଧ୍ୟ ପୂର୍ବ ରାସ୍ତା ଭଳି ଦେଖିବାକୁ ମିଳୁଛି | ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମରାମତି କରିବା ନିମନ୍ତେ ସିଙ୍ଗାରି ପଞ୍ଚାୟତ ମେଲକଯୁବା ନାରିଙ୍ଗତଳା ଓ ପାର୍ସାଲି ପଞ୍ଚାୟତ ନିୟମଗିରି ଅଞ୍ଚଳ ବାସିଙ୍କ ଦ୍ୱାରା ଦାବି ଜୋର ଧରିଛି |