ପୁରା ଖବର ବିଷୟରେ



କଲ୍ୟାଣୀ ଓ ନାଗାବଳି ନଦୀ କୂଳିଆ ବାସୀଙ୍କ ଦାବି

Jul 29 2024 8:58AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଗତ ୨୦୧୭ ମସିହାରେ ବାଦଲ ଫଟା ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳି ନଦୀ ରେ ବନ୍ୟା ଆସିଥିଲା | ଉକ୍ତ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ଗୋଟି ନଦୀ କୂଳ ଖାଇବାରେ ବ୍ୟସ୍ତ ରହୁଥିଲା | ବିଗତ ବର୍ଷରୁ ଏହି ନାଗାବଳି ନଦୀ ର ତୋଠ ଗୁଡିକରେ କୂଳ ନ ଖାଇବା ନିମନ୍ତେ ପଥର ପ୍ୟାକିଙ୍ଗ କାର୍ଯ୍ୟ କରାଯାଇଥିଲା | ଏହି ପଥର ପ୍ୟାକିଙ୍ଗ କାର୍ଯ୍ୟ କରିବା ଦ୍ୱାରା ନଦୀ ଆଉ କୂଳ ଖାଉନଥିବାର ଲୋକମାନେ ମତ ପ୍ରକାଶ କରିବା ସହ ରାୟଗଡା ଜିଲ୍ଲା ଜଳ ସେଚନ ବିଭାଗ ଓ ସମ୍ପୃକ୍ତ ଠିକା ସଂସ୍ଥା ର ଅଭିଷେକ ଆସିମକୁମାରଙ୍କୁ ଭୁରି ଭୁରି ପ୍ରସଂସା କରୁଛନ୍ତି | ଏହି ପ୍ୟାକିଙ୍ଗ କାର୍ଯ୍ୟ ଯୋଗୁଁ କଲ୍ୟାଣ ସିଂହପୁର ଅଂଞ୍ଚଳ ର ଅନେକ ଜନ ବସତି ସହ ଚାଷ ଜମିର ସୁରକ୍ଷା ହୋଇପାରୁଛି | ଏଣୁ କଲ୍ୟାଣୀ ନଦୀ କୂଳରେ ଥିବା ଧାମୁଣିପଙ୍ଗା ପଞ୍ଚାୟତ ଅଡବାଡି,କଲ୍ୟାଣ ସିଂହପୁର ପଞ୍ଚାୟତ ବଡଦ୍ୱାର ସାହି ଓ ପୁଇଗୁଡ଼ା ସହ ନାବାବଳି ନଦୀ କୂଳରେ ଥିବା ପୂଜାରୀଗୁଡା ପଞ୍ଚାୟତର ବିନିସପୁର,ନାରାୟଣପୁର ପଞ୍ଚାୟତର ପୋଡେଇକାନି,କରପା ପଞ୍ଚାୟତର କୃଷ୍ଣପାତ୍ରଗୁଡ଼ା ବୁଡ଼ାଗୁଡା ପଞ୍ଚାୟତ କୁମ୍ବାରଗୁଡ଼ା,ଶିକରପାଇ ପଞ୍ଚାୟତର କୃଷ୍ଣ ନଗର ଭଳି ଗ୍ରାମ ମାନଙ୍କରେ ନୂତନ ଭାବେ ରାୟଗଡା ଜଳ ସେଚନ ବିଭାଗ ତରଫରୁ ତରଫରୁ ଠିକା ସଂସ୍ଥା ମାନଙ୍କ ଦ୍ୱାରା ପଥର ପ୍ୟାକିଙ୍ଗ କାର୍ଯ୍ୟ କରିବାବୁ ଉକ୍ତ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ଜୋର ଧରିଛି |