ପୁରା ଖବର ବିଷୟରେ



ଡ଼ଙ୍ଗାରିଆଙ୍କ ଦୁଃଖ ବୁଝୁଛି କିଏ ?

Jul 27 2024 7:15PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ କଲ୍ୟାଣ ସିଂହପୁର ଜଗନ୍ନାଥ ମନ୍ଦିର ଛକ ଠାରୁ ବଡଦ୍ୱାର ସାହି ଦେଇ ପାର୍ସାଲି ପଞ୍ଚାୟତ କୁ ସଂଯୋଗ ହୋଇଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା କରାଯାଇଥିବା ପିଚୁ ଢୋଳେଇ ରାସ୍ତା ଅନେକ ସ୍ଥାନରେ ଖାଳଖମା ହୋଇଥିବା ନଜରକୁ ଆସିଛି l ଏହିରାସ୍ତା ଦେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ୩୨ଖଣ୍ଡ ଗ୍ରାମର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ମହିଳା ପୁରୁଷ ଚଳାପଥ ଭାବେ ଆପଣଇଥାନ୍ତି | ଏହା ସହିତ ଉକ୍ତ ଡ଼ଙ୍ଗରିଆ ଅଞ୍ଚଳ ର ଛାତ୍ର ଛାତ୍ରୀ ସ୍କୁଲ କଲେଜ କୁ ଯିବା ଆସିବାରେ ନିର୍ଭର କରିଥାନ୍ତି l ପ୍ରକାଶ ଥାଉକି ଗତ ନିର୍ବାଚନ ପୂର୍ବରୁ ଉକ୍ତ ରାସ୍ତାକୁ ମରାମତି କରାଯାଇଥିଲା | ସେହି ସମୟରେ ସମ୍ପୃକ୍ତ ସଂସ୍ଥା ତରଫରୁ ନିମ୍ନମାନ ର କାର୍ଯ୍ୟ ହୋଇ ଥିବା ଓ ରାସ୍ତାର କିଛି କିଛି ସ୍ଥାନରେ କାର୍ଯ୍ୟ ନ କରି ଛାଡ଼ିଦେଇ ଥିବା ନେଇ ଅଭିଯୋଗ ଆସୁଛି | ବର୍ତ୍ତମାନ ବର୍ଷା ଦିନ ଆସିବାରୁ ଅନେକ ସ୍ଥାନରେ ଖାଳଖମା ହୋଇଥିବାରୁ ସାଧାରଣ ରେ ଉଦବେଗ ପ୍ରକାଶ ପାଉଛି | ଏଣୁ ତୁରନ୍ତ ପ୍ରଶାସନ ଏହି ରାସ୍ତାପ୍ରତି ଦୃଷ୍ଟି ଦେଇ ପୁନର୍ବାର ମରାମତି କରିବା ପାଇଁ ଦାବି ହେଉଛି |