ପୁରା ଖବର ବିଷୟରେ



ଶବ ବ୍ୟବଚ୍ଛେଦ ଗୃହ ର ଅବସ୍ଥା କୁ ନେଇ ଅଭିଯୋଗ

Jul 27 2024 9:08AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସିରିପୁର ଉଚ୍ଚ ବିଦ୍ୟାଳୟ ଓ ଲଷ୍ମୀ ଗଣପତି ପେଟ୍ରୋଲ ଟାଙ୍କି ମଝିରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି । ଉକ୍ତ କେନ୍ଦ୍ରଟି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରହିଥିବା ବେଳେ ତାହା ଜରାଜୀଣ୍ଣ ଅବସ୍ଥାରେ ରହିଛି । ସେହି ଗୃହକୁ ଶବ ନେଇ ଯିବାକୁ ହେଲେ ରାସ୍ତା ଖୋଜି ଖୋଜି କି ଶବ ବ୍ୟବଚ୍ଛେଦ କରିବା ପାଇଁ ଯିବାକୁ ପଡୁଛି। ବ୍ୟବଛେଦ ପାଇଁ ଶବ ଆଣିଥିବା ଲୋକଙ୍କ ନିମନ୍ତେ ଖରା ବର୍ଷାରେ ରହିବା କୁ ଅପେକ୍ଷା ଘର ଟିଏ ନାହିଁ । ଲୋକ ମାନେ ଆସି ଖରା ବର୍ଷା ରେ ବାହାରେ ବର୍ଷା ଭିଜି ଭିଜି ରହୁଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ଗୃହ ଛାତ ରୁ ପାଣି ଗଳିବା ସହ ଭଙ୍ଗା ରୁଜା ହୋଇ ଅବ୍ୟବସ୍ଥାରେ ଭାବେ ପଡ଼ି ରହିଛି । ତାହା କେତେ ବେଳେ ଭୁଶୁଡି ପଡିବ କହି ହେବ ନାହିଁ । ସେଥିପାଇଁ ଉକ୍ତ ଗୃହର ବାରଣ୍ଡାରେ ଶବ ବ୍ୟବଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ତୁରନ୍ତ ମରାମତି କରିବା ସହ ଗୃହର ସମ୍ମୁଖରେ ଥିବା ଲଟା ବୁଦା ସଫାକରିବା ପାଇଁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ କଲ୍ୟାଣ ସିଂହପୁର ଗୋଷ୍ଠୀ ବିଭାଗ ର ମୁଖ୍ୟ ଡାକ୍ତର ସମ୍ୟରଞ୍ଜନ ଜେନା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ବ୍ୟବଛେଦ ଗୃହ ନିର୍ମାଣ ହେବ ତେଣୁ ସେହି ଶବ ବ୍ୟବଚ୍ଛେଦ ଗୃହ କୁ ମରାମତି କରାଯାଉନାହିଁ। ନୂତନ ଶବ ବ୍ୟବଚ୍ଛେଦ କେନ୍ଦ୍ର ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ପୁରୁଣା ଶବ ବ୍ୟବଚ୍ଛେଦ କେନ୍ଦ୍ର କୁ ମରାମତି କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।