ପୁରା ଖବର ବିଷୟରେ



ପାଇପ ଲାଇନରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ |

Jul 25 2024 10:29PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଭଡା ଘରେ ରହିଆସୁଥିବା ଗ୍ୟାସପାଇପ ଲାଇନରେ କାର୍ଯ୍ୟରତ ଶ୍ରମିକ ରଞ୍ଜନ କୁମାର ରଏ (୨୨) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଲ୍ୟାଣ ସିଂହପୁର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଗେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ତରଫରୁ ଗ୍ୟାସ ପାଇପ ଲାଇନ ବିଛା ଚାଲୁରହିଛି । ପାଇପ ଲାଇନ ମୋଲଟି କଣ୍ଟ୍ରକସନ ରାଜେନ୍ଦ୍ର ରେଡି ଙ୍କ ତତ୍ତ୍ୱାବଧାନରେ ସୁପ୍ରଭାଜର ସୁନିଲ କୁମାରଙ୍କ ଅଧୀନରେ ମୃତ ବ୍ୟକ୍ତି କାର୍ଯ୍ୟ କରିଆସୁଥିଲେ । ସେ ଦୁଇ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଖାଉଥିଲେ । ଗତକାଲି ଭିଷଣ ଭାବେ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ରଞ୍ଜନ କୁମାରଙ୍କୁ ସାଥି ଶ୍ରମିକ ମାନେ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଏହିଠାରେ ଡାକ୍ତର ଦେଖି ରଞ୍ଜନର କୁମାରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହା ଘଟଣା କୁ ବିଶେଷ ସୂତ୍ରରୁ ଖବର ପାଇ କଲ୍ୟାଣ ସିଂହପୁର ଥାନା ପୋଲିସ ଏସ ଆଇ ଶିଵ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଆଜି ସକାଳୁ ଶବ ବ୍ୟବଚ୍ଛେଦ ପରେ ସାଥି ଶ୍ରମିକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ଯୁବକ ଟି ବିହାର ରାଜ୍ୟ ର ମୁଝାଫୌର ଜିଲାର ପତ୍ତି ଅଶ୍ୱରୀ ଅଧୀନସ୍ଥ ଉଜାରୀ ଥିକାହାନ ଗ୍ରାମର ରାଧେ ରଏ ଙ୍କ ପୁଅ ବୋଲି ଜଣାପଡିଛି । ଏଠାରେ ସନ୍ଧେହ ର ବିଷୟ ଏହା କି ଏତେ ବଡ଼ ଘଟଣା ଘଟିଯାଇଥିଲେ ସୁଦ୍ଧା ଗେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର କୌଣସି ଅଧିକାରୀଙ୍କ ଉପସ୍ଥିତି ରହିନଥିବା ଦେଖିବାକୁ ମିଳିଛି ।