ପୁରା ଖବର ବିଷୟରେ



କର୍ମଚାରୀ ଅଭାବ ସତ୍ବେ ବିଭଗୀୟ ଅଧିକାରୀ ନିରବ |

Jul 24 2024 6:09PM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ,କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମ୍ୟାଲେରିଆ,ଡ଼ାଇରିଆ ଓ ଡେଙ୍ଗୁ ଅଞ୍ଚଳଭାବେ ପରିଚିତ ହୋଇଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିବର୍ଷ ବର୍ଷା ଆରମ୍ବରେ ରୋଗୀ ମାନଙ୍କ ଭିଡ଼ ଲଗାଇଥାନ୍ତିl ଲୋକଙ୍କ ପାଇଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଏକମାତ୍ର ସହାଭରସା l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ନାନ୍ନା ପ୍ରକାର ସମସ୍ୟା ଘେରରେ ପଡ଼ିରହିଛି l ପ୍ରତିଦିନ ଏଠାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଡୁଥିବାବେଳେ କର୍ମଚାରୀ ମରୁଡି ଯୋଗୁଁ ରୋଗୀ ମାନଙ୍କୁ ସେବା ଠିକରେ ମିଳିପାରୁନାହିଁ l ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ କେନ୍ଦ୍ରରେ ପାଣି ଗୋଳୁଥିବାରୁ ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହେଉଛି l ଏଠିରେ ଥିବା ପ୍ରସୂତି ଗୃହରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି l ଏହି ସ୍ୱାସ୍ଥ୍ୟକେନ୍ଦ୍ର କୁ ସମଗ୍ର ବ୍ଲକ ବାସୀଙ୍କ ସହ ନିୟମଗିରି ଅଞ୍ଚଳ ପାର୍ସାଲି ପଞ୍ଚାୟତ ର ଡ଼ଙ୍ଗରିଆ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଝିଗୁଡା,ସିକରପାଇ ଓ ବଡ଼ତଡ୍ରା ରୁ ରୋଗୀ ମାନେ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି l ଏଠାରେ ତିନିଜଣ ବିଶେଷଜ୍ଞ,୯ ଜଣ ଡାକ୍ତର,୨ ଜଣ ଫାର୍ମାସିଷ୍ଟ,୨ ଜଣ ଟେକ୍ନିସିଆନ ରହିବା ନିୟମ ରହିଛି l ଏଠାରେ ବିଶେଷଜ୍ଞ ନଥିବାରୁ ସାମାନ୍ୟ ଜ୍ୱର ପାଇଁ ଲୋକଙ୍କୁ ମୁଖ୍ୟ ଚିକିତ୍ସାଳୟ ରାୟଗଡା ଅବା ଜିଲ୍ଲା ବାହାରକୁ ଯିବାକୁ ପଡୁଛି l ଏକ୍ସରେ ମିସିନ ନଥିବାରୁ ଲୋକେ ରାୟଗଡା ଯାଉଛନ୍ତି l ଗରିବ ଲୋକଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି l ଫାର୍ମାସିଷ୍ଟ ନଥିବାରୁ ଡେପୁଟିସନରେ ଆସି ଜଣେ କାମ ଚଳାଉଛନ୍ତି l ଏଠାରେ ବିଭିନ୍ନ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟ କୁ ଔଷଧ ପଠାଯାଉଛି l ରୋଗୀ ଙ୍କ ଦୁଃଖ ବୁଝିବାକୁ ମଧ୍ୟ କେହି ନାହାନ୍ତି | ପୁଣି ଏଠିରୁ କଲ୍ୟାଣ ସିଂହପୁର ବ୍ଲକରେ ରହିଥିବା ବିଭିନ୍ନ ସ୍କୁଲ ଗୁଡିକୁ ମଧ୍ୟ ଔଷଧ ବିତରଣ କରାଯାଉଛି | ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସଂଯୋଗ କରାଯାଇଥିବା ଡିଜି ମିସିନ ଖରା ବର୍ଷା ଖାଇ ଶୀଘ୍ର ଅଚଳ ହେବା ନେଇ ସଂନ୍ଦେହ ଉପୁଜୁଛି | ପୁଣି ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରୋଷେଇ ଶାଳ ଟିଏ ମଧ୍ୟ ନଥିବାରୁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି | ଏଠାରେ ଦୁଇବର୍ଷ ପୂର୍ବେ ନିର୍ମିତ ହୋଇଥିବା ଔଷଧକେନ୍ଦ୍ର ରୁ ପାଣି ଗଳୁଛି ଓ କାନ୍ଥ ଗୁଡିକ ଫାଟି ଆଁ କରି ରହିଛି l ଡାକ୍ତର ଓ ଅନ୍ୟ କର୍ମଚାରୀ ରହୁଥିବା ଘରୁମଧ୍ୟ ପାଣି ଗଳୁଛି l ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ଜମି ଚିହ୍ନଟ କରାଯାଉଛି l ତାହା ସହର ଠାରୁ ୪ କିମି ଦୂର ହେଉଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ଲୋକଙ୍କ ଦାବି କି ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୂଆରୂପରେ ନିର୍ମାଣ ସହ ସରଞ୍ଜାମ ଲଗାଇବା ଓ ବେଶେଷଜ୍ଞ ପ୍ରଦାନ ର ବ୍ୟବସ୍ଥା କରିବାକୁ କୁହାଯାଉଛି | ଏଣୁ ରାୟଗଡା ଜିଲ୍ଲାପାଳ ଓ ସମଗ୍ର ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗମ୍ଭିର ଧ୍ୟାନ ଦେବାକୁ ଅନୁରୋଧ |