ପୁରା ଖବର ବିଷୟରେ



ରାୟଗଡା ବନ ବିଭାଗକୁ ଆଉ ଏକ ସଫଳତା |

Jul 23 2024 12:27PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ରେଞ୍ଜ ଅଧିନସ୍ଥ କିର୍କିନ୍ଦି ଜଙ୍ଗଲରେ ମାଟିତଳେ ପତା ଯାଇଥିବା ହାତୀ କଙ୍କାଳ ଜବତ ହୋଇଛି l ୪ ଜଣ ପ୍ରାଣୀ ଚିକିତ୍ସକଙ୍କ ସହିତ ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଅନାସାହେବ ଓହେଲ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ହାତୀର କଙ୍କାଳ ଓ ଶରୀର ର ଅନେକ ଅଂଶବିଶେଷ କୁ ସଂଗ୍ରହ କରିଛନ୍ତି l ବନ ବିଭାଗ କର୍ମଚାରୀ ମାନେ ଗତ ଦିନରେ ବିଶେଷ ସୂତ୍ରରୁ ସୁରାକ ପାଇ ଏକସପ୍ତାହ ଧରି କିର୍କିନ୍ଦି ଜଙ୍ଗଲର ବିଭିନ୍ନ ସ୍ଥାନରେ ଖଳତାଡ଼ କରୁଥିଲେ କିନ୍ତୁ ସଠିକ ସନ୍ଧାନ ପାଇ ପାରୁନଥିଲେ ଦୀର୍ଘ ଆଡେଇ ମାସ ପରେ ସୋମବାର ଦିନ ଏହା ଠାବ କରିବାରେ ବନ ବିଭାଗ କର୍ମଚାରୀ ମାନେ ସଫଳ ପାଇଛନ୍ତି l ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହି ହାତୀର ମୃତ୍ୟଦେହ ବ୍ୟବଚ୍ଛେଦ କରିଛନ୍ତି | ଏଠାରେ ସୂଚନାଯୋଗ୍ୟ ଗତ ମେ ୧୦ ତାରିଖରେ ବନବିଭାଗ କଲ୍ୟାଣ ସିଂହପୁର ରେଞ୍ଜ ଅଧିନ କିର୍କିନ୍ଦି ଜଙ୍ଗଲରେ ପୋତା ଯାଇଥିବା ହାତୀଦାନ୍ତର ଅନୁସନ୍ଧାନ କରାଯାଇଥିଲା l ସେତେବେଳେ ଏହି ଘଟଣାରେ କଲ୍ୟାଣ ସିଂହପୁରର ସୁରେନ୍ଦ୍ର ନାହକ ଓ ପ୍ରଧାନୀଗୁଡା ଗ୍ରାମ ର ଶଙ୍କର କଣ୍ଡାଗିରିଙ୍କୁ ହାତୀଦାନ୍ତ ସହିତ କଲ୍ୟାଣ ସିଂହପୁର ବନ ବିଭାଗ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲେ l