ପୁରା ଖବର ବିଷୟରେ



ପ୍ରଶାସନର ଅଣଦେଖା ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାମରାମତି |

Jul 22 2024 8:55PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିଙ୍ଗାରି ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଲଖମଣ ଗ୍ରାମ ସ୍କୁଲ ଛକରୁ ଆଦିବାସୀ ସାହିକୁ ସଂଯୋଗ ହୋଇଥିବା ରାସ୍ତା ଅତି ସ୍ୱଚନୀୟ ହୋଇପଡ଼ିଥିଲା l ବର୍ତମାନ ଲଗାଣ ବର୍ଷାଲାଗିରହୁଥିବା ଯୋଗୁଁ ରାସ୍ତାଟି ଭୀଷଣ କାଦୁଅ ଓ ବର୍ଷାଜଳ ଜମିରହୁଥିବା ହେତୁ ଉକ୍ତ ରାସ୍ତାରେ ଯିବା ଆସିବା କଲେ କାଛୁ,କୁଣ୍ଡିଆ ରୋଗରେ ଗ୍ରାମବାସୀ ଆକ୍ରାନ୍ତ ହେଉଥିଲେ l ଉକ୍ତ ଘଟଣାକୁ ପାଲଖମଣ ଗ୍ରାମବାସୀ ପଞ୍ଚାୟତ ଠାରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ l ଏଠାରେ ପ୍ରକାଶ ଥାଉକି ଜୁନମାସ ୨୭ ତାରିଖ ଦିନ ନିଜେ ଜିଲ୍ଲlପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଭୀଷଣ ବର୍ଷାହେବା ସ୍ୱତେ ପାଲଖମଣ ଗ୍ରାମ କୁ ଅକସ୍ମାତ ଗ୍ରସ୍ତରେ ଆସି ଗ୍ରାମ୍ୟ ପରିଦର୍ଶନ କରିଥିଲେ ତଥାପି ପାଲଖମଣ ଗ୍ରାମ ର ଅବସ୍ଥା ଯେମିତି ଆଜି ମଧ୍ୟ ସେମିତି ପଡିରହିଥିଲା | ଏଣୁ ଆଜି ଉକ୍ତ ଗ୍ରାମର ଚିତ୍ତ ଭାତ୍ରିଆ , ବିଜୟ ମହାନନ୍ଦିଆ, ଅନିରୁଦ୍ଧ କୌଶଲ୍ୟା, ପବିତ୍ର ଭାତ୍ରିଆ , ଅଦୁ କୃଷିକା, ଘାସି କୃଷିକା ପ୍ରମୁଖ ବ୍ୟକ୍ତି ମିଶି ନିଜ ସାହି ବାସିନ୍ଦା ମାନଙ୍କ ଠାରୁ ଚାନ୍ଦା ଆଦାୟ କରି ଉକ୍ତ ରାସ୍ତାରେ ବାଲି ପକାଇ ରାସ୍ତା ମରାମତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ପରିତାପର ବିଷୟ ଏହା କି ଦୀର୍ଘ ୨୫ ବର୍ଷ ର ବିଜେଡି ଶାସନ ପରେ ମଧ୍ୟ ଗ୍ରାମକୁ ଖଣ୍ଡେ ପକ୍କା ରାସ୍ତାର ବ୍ୟବସ୍ଥା ସାତସପନ ହୋଇ ପଡ଼ିରହିଛି l ଏଣୁ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ଅଞ୍ଚଳବାସୀ ଦାବି ରଖିଛନ୍ତି |