ପୁରା ଖବର ବିଷୟରେ



ଜଙ୍ଗଳରୁ ପାଷ୍ଟରଙ୍କ ଶବ ଉଦ୍ଧାର,ହତ୍ୟା ଅଭିଯୋଗ।

Jul 22 2024 6:54AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ପରିବାର ତରଫରୁ ହତ୍ୟା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସୌରା ଅମ୍ବାକୁଲା ରାସ୍ତା ନିକଟସ୍ଥ ଜଙ୍ଗଲରେ ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତକଙ୍କ ଫୋଟ ଓ ମଟର ସାଇକେଲ ଚି଼ହ୍ନଟ ନିମନ୍ତେ ସୂଚନା ଦେଇଥିଲେ । ସୂଚନା ପାଇ ପରିବାର ଲୋକେ ପହଞ୍ଚି ଶବକୁ ଚି଼ହ୍ନଟ କରିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଅ ଓ ଜ୍ୱାଇଁ ଅଭିଯୋଗ କରିଥିଲେ ।ମୃତ ବ୍ୟକ୍ତି ଜଣକ ହେଲେ ପଦ୍ମପୁର ଥାନା କେନ୍ଦୁଗୁଡା ନିକଟ ନନ୍ଦ୍ରାମପୁର ଗ୍ରାମର ୬୦ ବର୍ଷୀୟ ନହସନ ପ୍ରଧାନ, ପେସାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ପଷ୍ଟର ବୋଲି ଜଣା ପଡିଛି । ସୂଚନା ମୁତାବକ ଗତ ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନିଜ ମଟର ସାଇକେଲ ଧରି ନହସନ ଘରୁ ବାହାରିଥିଲେ କିନ୍ତୁ ସନ୍ଧ୍ୟାରେ ଆଉ ଘରକୁ ଫେରିନଥିଲେ । ମୃତ ବ୍ୟକ୍ତିଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ଉକ୍ତ ରାତିରେ ପରିବାର ଲୋକେ ଆଖପାଖ ଗାଁ ଗଣ୍ଡା, ନିଜ ସ୍ୱଜନ ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥି ମାନଙ୍କୁ ପଚାରି ବୁଝିବା ସହ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ପରିବାରକୁ ମିଳିନଥିଲା। ବିଶ୍ୱସ୍ତ ସୂତ୍ରରୁ ପଦ୍ମପୁର ପୋଲିସ ଖବର ପାଇ ସୌରା ଅମ୍ବାକୁଲା ରାସ୍ତା ନିକଟସ୍ଥ ଜଙ୍ଗଳରୁ ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଶବ ଚି଼ହ୍ନଟ ପରେ ପୋଲିସ ଓ ସାଇଣ୍ଟିକର ମିଳିତ ଉଦ୍ୟମରେ ତଦନ୍ତ ଜାରି ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ସ୍ତରୀୟ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲେ। ପରିବାର ଲୋକଙ୍କ ତରଫରୁ ହତ୍ୟା ଅଭିଯୋଗ ହୋଇଥିଲେ ହେଁ ପୋଲିସ ସୂତ୍ରରୁ କୌଣସି ସୂଚନା ମିଳିନାହିଁ ।