ପୁରା ଖବର ବିଷୟରେ



ରାସ୍ତାର ଅବସ୍ଥା ବେହାଲ ଲୋକେ ହନ୍ତସନ୍ତ

Jul 21 2024 10:14AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବlରଗୁଡା ଠାରୁ ସୁନାଖଣ୍ଡି ପଞ୍ଚାୟତ ଜଗନ୍ନାଥପୁର କୁ ଯାଇଥିବା ରାସ୍ତାର ଅବସ୍ଥା ମାଝିଗୁଡା ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ସ୍ଵଚନୀୟ ହୋଇପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ରେଖାଲିଗୁଡା ଗ୍ରାମ ରୁ ଜଗନ୍ନାଥପୁର ରାସ୍ତା ଖାଲ ଢିପ ହୋଇ ଚିପ୍ସ ମେଟାଲ ବାହାରି ପଡିଥିବା ରୁ ଯିବା ଆସିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି l ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବର୍ଷା ଜଳରେ ବନ୍ଧ ସୃଷ୍ଟି ହେବା ଫଳରେ ମାଝିଗୁଡା ଠାରୁ ରେଖାଲିଗୁଡା ହୋଇ ଜଗନ୍ନାଥପୁର କୁ ଯିବା ଆସିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି l ଦୁଇ ଚକିଆ ଯାନ କିମ୍ଭା ଚାରି ଚକିଆ ଯାନ ଯିବା ଆସିବାବେଳେ ରାସ୍ତାରେ ପାଣି ଜମି ରହିଥିବାରୁ ରାସ୍ତା ଭଲ ଅଛିକି ଖରାପ ଅଛି ଗାଡି ଚାଳକ ମାନେ ଜାଣିପାରୁ ନ ଥିବାରୁ ଅନେକଙ୍କ ଦୃଘୋଟଣା ରେ ସମ୍ମୁଖୀନ ହେବାର ନଜର ଆସୁଛି | ପ୍ରକାଶ ଥାଉ କି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାସ୍ତାରେ ମୋରାମତି କାର୍ଯ୍ୟ କରାଯାଇଥିଲା | ଏଣୁ ଏହିରାସ୍ତା କୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପୁନର୍ବାର ମରାମତି କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିବାରେ ଲାଗିଛି l