ପୁରା ଖବର ବିଷୟରେ



ନୂତନ ଓଡିଶା ନ୍ୟୁଜ ପ୍ରଭାବରେ ରାସ୍ତା କାମ ଆରମ୍ଭ |

Jul 20 2024 1:13PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ଧାମୁଣି ପଙ୍ଗା ଗ୍ରାମ ପଞ୍ଚାୟତ କାତାଗୁଡା ଗ୍ରାମ ରାସ୍ତାର ଅବସ୍ଥା ସଚନୀୟ ହୋଇପଡ଼ିଥିବା ଖବର ନୂତନ ଓଡିଶା ନ୍ୟୁଜ ରେ ପ୍ରସାରଣ ପରେ ଆଜି ପଞ୍ଚାୟତ ତରଫରୁ ବାଲିପକା କାମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ପ୍ରକାଶ ଥାଉ କି କତାଗୁଡା ଗ୍ରାମର ମାଠିଆ ସାହି ଠାରୁ ଆଦିବାସୀ ସାହି କୁ ସଂଯୋଗ ହୋଇଥିବା ରାସ୍ତା ଆଜକୁ ଅନେକ ବର୍ଷ ହେଲା ମାଟି ରାସ୍ତାରେ ପଡିରହିଥିବା ଦେଖିବାକୁ ମିଳିଥିଲା l ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବର୍ଷା ଜଳରେ କାଦୁଅ ପଚ ପଚ ହେଉଛି l ଫଳରେ ଗ୍ରାମରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ କୁ ଯିବା ଆସିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଥିଲା l ଗ୍ରାମକୁ ଦୁଇ ଚଯକିଆ ଯାନ କିମ୍ଭା ଚାରି ଚକିଆ ଯାନ ଗଲେ ତ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଥିଲା | ଏହିରାସ୍ତାକୁ ନେଇ କାତାଗୁଡା ଗ୍ରାମରୁ ବଳରାମ କୌଶଲ୍ୟା,ପବିତ୍ର ପାଲାକା,ସୁଦର୍ଶନ ଖାଡିଆ,ଲେଲି କାନ୍ଧପାଣି ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ଆଶ୍ୱାସନା ଛଡା କୌଣସି ପ୍ରକାର ସୁଫଳ ମିଳିପାରୁନାହିଁ ବୋଲି କହିଥିଲେ | ବର୍ତମାନ କତାଗୁଡା ଗ୍ରାମବାସି କାମ ହେବା ଦେଖି ଖୁସିବ୍ୟକ୍ତ କରୁଛନ୍ତି |