Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକର ଏସସିବି ମେଡିକାଲରେ ପରଲୋକ
Jul 20 2024 12:01PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକର ଏସସିବି ମେଡିକାଲରେ ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ୫ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଦୁଇ ଦିନ ତଳେ ପୁଣି ଥରେ ଅସୁସ୍ଥ ହୋଇ ଏସ୍ସିବିରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆଣି ତାଙ୍କୁ ଏସ୍ସିବି ମେଡ଼ିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏସ୍ସିବି ଭେଷଜ ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠିତ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ତାଙ୍କର ୟୁରିଆ କ୍ରେଟାଇନ୍ ବଢିଯାଇଥିଲା। ଦାନ୍ତରେ ସଂକ୍ରମଣ ହୋଇଥିଲା। ଏସ୍ସିବି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଜୟ କୁମାର ବେହେରା, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ପଲ୍ମୋନାରି ମେଡ଼ିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ଦାସ ପ୍ରମୁଖଙ୍କୁ ନେଇ ଚିକିତ୍ସା ପାଇଁ କମିଟି ଗଠନ କରାଯାଇଥିଲା।