ପୁରା ଖବର ବିଷୟରେ



କଲ୍ୟାଣ ସିଂହପୁର ରେ ଶିଶୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚି |

Jul 19 2024 2:10PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କରପା ଗ୍ରାମ ପଞ୍ଚାୟତ ଶୁଳିପଦର ଗ୍ରାମ ରେ ଅଙ୍ଗନୱାଡି କେନ୍ଦ୍ର ର ଅବସ୍ଥା ସ୍ୱଚନୀୟ ହୋଇ ରହିଥିବା ଦେଖିବାକୁ ମିଳିଛି l ଏହି କେନ୍ଦ୍ରକୁ ଛୋଟ ଛୋଟ ଶିଶୁ ମାନଙ୍କୁ ପ୍ରାରମ୍ବିକ ଶିକ୍ଷା ଦାନ ପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ପଠାଇଥାନ୍ତି l ଅନ୍ୟ ପଟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିଶୁଙ୍କ ସୁରକ୍ଷିତ ଶିକ୍ଷା ଦାନ ନିମନ୍ତେ ଅଙ୍ଗନୱାଡି କେନ୍ଦ୍ର ମାନ ନିର୍ମାଣ କରୁଛନ୍ତି | କିନ୍ତୁ ଆଜି ଏଠାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଯେ ଏହି କେନ୍ଦ୍ର ରେ ବର୍ତ୍ତମାନ ୩୮ଜଣ ଶିଶୁ ରହି ଶିକ୍ଷାଦାନ କରୁଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଗୃହ ର ଅବସ୍ଥା ସ୍ୱଚନୀୟ ହୋଇ ପଡିରହିଛି l ଶ୍ରେଣୀ ଗୃହର ଚଟାଣରୁ ସମସ୍ତ କାମ ହୋଇଥିବା ସିମେଣ୍ଟ ବାହାରି ଖାଲ ଢିପ ହେବା ସହ ବାଲି ଧୂଳି ଗୋଡ଼ି ବାହାରିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି l ସେହି ଧୂଳି ବାଲି ଗୁଡ଼ି ଉପରେ ପିଲାମାନେ ବସି ପାଠ ପଡୁଥିବା ଦେଖିବାକୁ ମିଳିଛି l ଯାହାକି ଶିଶୁଙ୍କୁ ଧୂଳି ବାଲି ଗୋଡ଼ି ସୃଷ୍ଟିହେବା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହେଉଛି ଏହି ବିଷୟନେଇ ଶୁଳିପଦର ଶିଶୁ ସୁରକ୍ଷା ସଂଯୋଜକ ରେଣୁ ପରିଡ଼ାଙ୍କୁ ଯୋଗାଯୋଗ କରି ପଚାରି ବୁଝିବାରୁ ଏହି ବିଷୟରେ ଆମେ ଲିଖିତ ଭାବେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦେଇଛୁ ତାକୁ ଯଥାଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି l