ପୁରା ଖବର ବିଷୟରେ



ଅନେକ ବର୍ଷ ହେଲେ ସୁଦ୍ଧା ରାସ୍ତାର ଅବସ୍ଥା ସ୍ୱଚନୀୟ |

Jul 18 2024 1:37PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ଧାମୁଣି ପଙ୍ଗା ଗ୍ରାମ ପଞ୍ଚାୟତ କାତାଗୁଡା ଗ୍ରାମ ରାସ୍ତାର ଅବସ୍ଥା ସଚନୀୟ ହୋଇପଡିଛି l କତାଗୁଡା ଗ୍ରାମର ମାଠିଆ ସାହି ଠାରୁ ଆଦିବାସୀ ସାହି କୁ ସଂଯୋଗ ହୋଇଥିବା ରାସ୍ତା ଆଜକୁ ଅନେକ ବର୍ଷ ହେଲା ମାଟି ରାସ୍ତାରେ ପଡିରହିଥିବା ଦେଖିବାକୁ ମିଳୁଛି l ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବର୍ଷା ଜଳରେ କାଦୁଅ ପଚ ପଚ ହେଉଛି l ଫଳରେ ଗ୍ରାମରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ କୁ ଯିବା ଆସିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି l ଗ୍ରାମକୁ ଦୁଇ ଚଯକିଆ ଯାନ କିମ୍ଭା ଚାରି ଚକିଆ ଯାନ ଗଲେ ତ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି | ଏହିରାସ୍ତାକୁ ନେଇ କାତାଗୁଡା ଗ୍ରାମରୁ ବଳରାମ କୌଶଲ୍ୟା,ପବିତ୍ର ପାଲାକା,ସୁଦର୍ଶନ ଖାଡିଆ,ଲେଲି କାନ୍ଧପାଣି ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ଆଶ୍ୱାସନା ଛଡା କୌଣସି ପ୍ରକାର ସୁଫଳ ମିଳିପାରୁନାହିଁ l ଏଣୁ ଏହିରାସ୍ତା ପ୍ରତି ପଞ୍ଚାୟତ କିମ୍ଭା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ କାର୍ଯ୍ୟ କରିବା ନିମନ୍ତେ ଅଞ୍ଚଳ ର ଯୁବ ଗୋଷ୍ଟି ଓ ବୁଦ୍ଧିଯିବି ମହଲରେ ଚର୍ଚାର ବିଷୟ ପାଲଟିବାରେ ଲାଗିଛି l ଏହାକୁ ନେଇ ଆମ ପ୍ରତିନିଧି ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ତାଙ୍କ ଫୋନ ଉଠାଇ ନ ଥିଲେ |