ପୁରା ଖବର ବିଷୟରେ



ଗୁହାରୀ ଶୁଣୁ ନାହାନ୍ତି ଅଧିକାରୀ ଭତା ପାଇଁ ହନ୍ତସନ୍ତ |

Jul 17 2024 6:27PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ସୁନାଖଣ୍ଡି ପଞ୍ଚାୟତ ଅଧିନ ନିୟମଗିରି ପାଦ ଦେଶରେ ଅବସ୍ଥିତ କାଡ୍ରାକା ବଣ୍ଡେଲି ଗ୍ରାମରେ ରୁହନ୍ତି ବିରଳ ଡ଼ଙ୍ଗାରିଆ କନ୍ଧ ସମ୍ପ୍ରଦାୟ | ଏହି ଗ୍ରାମରେ ରହୁଥିବା ଡ଼ଙ୍ଗାରିଆ କନ୍ଧ ମହିଳା ମାନେ ୫ ମାସ ହେବ ଭତା ଟଙ୍କା ପାଇପାରି ନାହାନ୍ତି | ଏ ନେଇ ଗ୍ରାମର ଗୁରୁବାରି କାଡ୍ରାକା,ହୁଣ୍ଡାଡି କାଡ୍ରାକା, ମଝିବାଣୀ କାଡ୍ରାକା, କୁଡୁଞ୍ଜି ଶିକକା,ବାରିକାଣୀ କାଡ୍ରାକା ଅଭିଯୋଗ କରିବା ସହ ଆମ ଗ୍ରାମର ଆଲମେ କାଡ୍ରାକା ଙ୍କ ସ୍ୱାମୀ ବଦରୁ କାଡ୍ରାକା ଆଜକୁ ୩ ବର୍ଷ ରୁ ଉର୍ଦ୍ଧ ହେବ ଦେହାନ୍ତ ହୋଇ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ଅଲମେ କୁ ମିଳୁନି ବୋଲି କହିଛନ୍ତି | ଏଥି ପାଇଁ ଆଲମେ ପଞ୍ଚାୟତ ଠାରୁ ବ୍ଲକ କୁ ବାରମ୍ବାର ଗୁହାରୀ ନିମନ୍ତେ ଦୀର୍ଘ ୮ କିଲୋମିଟର ରାସ୍ତା ଚାଲି ଚାଲି ଅନେକ ଥର ଆସିଥିଲେ ହେଁ କେହିବି ଗୁହାରି ଶୁଣୁ ନାହାନ୍ତି ବୋଲି କହିଛନ୍ତି | ପୁଣି ଭତା ପାଇବାକୁ ଥିବା ହିତାଧିକାରୀ ମହିଳା ମାନେ ମଧ୍ୟ ପ୍ରତି ମାସର ୧୫ ତାରିଖ ଦିନ ଭତା ଟଙ୍କା ମିଳିବା ଆଶା ନେଇ ପଞ୍ଚାୟତ ଅଧିକାରୀଙ୍କ ପାଖକୁ ଯାଇ ପଚାରିଲେ ଡ଼ିବିଟି ହୋଇଥିବା କଥା କହି ଖସିପଳାନ୍ତି ଫଳରେ ମହିଳା ମାନେ ନିରାଶ ହୋଇ ଫେରିଥାନ୍ତି | ପ୍ରକାଶ ଥାଉକି ଗତ କିଛିଦିନ ତଳେ ଭୀଷଣ ବର୍ଷାରେ ଖୋଦ ଜିଲ୍ଲାପାଳ କାଡ୍ରାକା ବଣ୍ଡେଲି ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ଦୁଃଖ ସୁଖ ବୁଝିବା ନେଇ ପ୍ରତିଶୃତି ପ୍ରଦାନ କରିଥିଲେ ସୁଦ୍ଧା ଗ୍ରାମର ଅବସ୍ଥା ଏହି ଭଳି | ଏଣୁ ତୁରନ୍ତ ଉକ୍ତ ଗ୍ରାମର ସମସ୍ୟା କୁ ଜିଲ୍ଲା ସ୍ତରରେ ହିଁ ସମାଧାନ ନିମନ୍ତେ ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଉଛି |