ପୁରା ଖବର ବିଷୟରେ



ବାଇକ ନେଇଗଲା ଯୁବକର ଜୀବନ |

Jul 17 2024 10:15AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ୨ ଜଣ ବାଇକ ରୁ ପଡ଼ି ଦୁର୍ଘଟଣା ହୋଇଥିଲେ | ୨ ଜଣଙ୍କ ମଧ୍ୟରୁ ଜଣଙ୍କ ର ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି | ମୃତ୍ୟୁ ଯୁବକଙ୍କ ଘର କୋଲନରା ବ୍ଲକ ଗାଡିଚେସଖାଲ ପଞ୍ଚାୟତ ଅନ୍ତର୍ଗତ ଭେଜା ଗ୍ରାମର ସ୍ଵାମ କୁଲିସିକା (୨ ୭) ଖବରରୁ ପ୍ରକାଶ କି ସନ୍ଧ୍ୟା ୭ ଘଣ୍ଟିକା ସମୟରେ କଲ୍ୟାଣ ସିଂହପୁର ଠାରୁ ରାୟଗଡା ଯାଇଥିବା ରାଜ୍ୟ ରାଜପଥ ରେ ଥିବା ଶିକରପାଇ ଠାକୁରାଣୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା | ବାଇକ ଚାଳକ ମାନେ କଲ୍ୟାଣ ସିଂହପୁର ପଟୁ OR 18 C 0144 ନମ୍ବର ବିଶିଷ୍ଟ ହିରୋ ମୋଟର ସାଇକଲ ରେ ଆସି ଶିକରପାଇ ରୁ ସନ୍ଧ୍ୟା ଭ୍ରମଣରେ ଯାଇଥିବା ୩ ଜଣ ଯୁବକ ଙ୍କ ମଧ୍ୟରୁ ଦେବାଶିଷ ନାୟକ ନାମକ ଯୁବକଙ୍କୁ ଧୋକା ଦେବା ଫଳରେ ଗୋଡ଼ରେ ଆଘାତ ଯୋଗୁଁ ସେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି | ଖବର ପାଇ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା,ଏ ଏସ ଆଇ ଶିବ ପ୍ରସାଦ ସାହୁ ଓ ଥାନା କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି |