ପୁରା ଖବର ବିଷୟରେ



ପ୍ରବଳ ବର୍ଷା ସ୍ୱତେ କଲ୍ୟାଣ ସିଂହପୁରରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ସମ୍ପର୍ନ

Jul 16 2024 9:25AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ଠାରେ ସକାଳୁ ସକାଳୁ ବର୍ଷା ଲାଗିରହିଥିବା ସତ୍ତ୍ୱେ ମହାଆଡମ୍ବର ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଶେଷହୋଇ ଯାଇଛି । ଆଜି ସେବାୟତ ମାନେ ସକାଳୁ ୩ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁ ବର୍ଷା ହେବା ପରେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ସର୍ବ ସାଧାରଣଙ୍କ ନିମନ୍ତେ ବିକ୍ରି କରିଥିଲେ । ସେବାୟତ ମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳ୍କୀ ଅବତାରରେ ସୁସଜିତ କରିଥିଲେ । ଅପରାହ୍ନ ରେ ପ୍ରବଳ ବର୍ଷା ହେବା ପରେ ବି ଶ୍ରୀ ଜୀଉଙ୍କ ଗୋଟି ପହଣ୍ଡି ସମାପନ କରି ରଥାରୂଢ କରିଥିଲେ । ସନ୍ଧ୍ୟା ୫ ଘଣ୍ଟିକା ସମୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସ୍ୱତେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ସୁଦୃଢ ରାୟଗଡା ରୁ ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ବର୍ଷା କୁ ଖାତିର ନ କରି ନାଚ ଗିତ ର ଆସୋର ଜମାଇ ଥିବା ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଥାନୀୟ ମହୁରୀ ଢାମ୍ପୋ ବାଦ୍ୟ ରେ କଲ୍ୟାଣି ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା | ସନ୍ଧ୍ୟାରେ ରଥ ଶ୍ରୀମନ୍ଦିର ପାଖରେ ଲାଗିଥିଲା । ଏହିଠାରେ ମଧ୍ୟ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ରଥ ପାଖକୁ ଆସି ବଚନୀକା ମାଧ୍ୟମରେ କଳି କରିବା ପରେ ଅଧର ପଣା ଭୋଗ ଲାଗି କରାଯାଇଥିଲା । ଶ୍ରୀ ଜଗନ୍ନାଥ,ବଳଭଦ୍ର,ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିରରେ ନବଦିନ ଧରି ରହି ସେହିଠାରେ ଦଶ ଅବତାର ଧାରଣ କରିବା ପରେ କଳ୍କୀ ଅବତାରରେ ଶ୍ରୀମନ୍ଦିରକୁ ଫେରିଥିଲେ । ବିଳମ୍ବିତ ରାତ୍ରରେ ଶ୍ରୀଜୀଉଙ୍କ ଦଇତାପତି ଓ ସେବାୟତମାନଙ୍କ ମିଳିତରେ ଶ୍ରୀମନ୍ଦିରକୁ ନେଇଥିଲେ । ସେଠାରେ ମଧ୍ୟ ମା ଲଷ୍ମୀ ଠାକୁରାଣୀ ବଚନୀକା କରିବା ପରେ ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଅର୍ଣ୍ଣ ଭୋଗ ଲାଗି କରାଯାଇଥିଲା। ବର୍ଷା ହେଉଥିବା ସତ୍ତ୍ୱେ ନିୟମଗିରି ପାହାଡ ରୁ ଡଙ୍ଗରିଆ କନ୍ଧ,କଳାହାଣ୍ଡି,କାଶୀପୁର,କୋଲନରା ଅଞ୍ଚଳର ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଦେଖିଥିଲେ । ଏ ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା | କଲ୍ୟାଣ ସିଂହପୁର ଥାନା ପୋଲିସ ଅଧିକାରୀ ଶ୍ରୀ ନୀଳକଣ୍ଠ ବେହେରା ସମେତ ଏକ ପ୍ଲାଟୁନ ପୋଲିସ,ଅଗ୍ନିଶମ ବିଭାଗ ର ସମସ୍ତ କର୍ମଚାରୀ ମିଳିତ ଭାବେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥ ଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ । ଏଥି ନିମନ୍ତେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କଲ୍ୟାଣ ସିଂହପୁର ତରଫରୁ ୧0୮ ଆମ୍ବୁଲାନ୍ସ ସଜାଗ ରହିଥିବା ଦେଖିବାକୁ ମିଳିଥିଲା | ଏହାକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ,ତହସିଲଦାର ରଞ୍ଜନ କୁମାର ମାନସେଠ,ରାଜସ୍ୱ ନିରୀକ୍ଷକ କଲ୍ୟାଣ ସିଂହପୁର ସମେତ ମୋଟର ଯାନ ଚାଳକ ସଙ୍ଗ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ |