ପୁରା ଖବର ବିଷୟରେ



ରେଳ ବିଭାଗର ଭୁତଳ ରାସ୍ତା ଓଭରବ୍ରିଜ କୁ ନେଇ ଦାବି ଜୋର

Jul 14 2024 9:04AM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା ସଦର ଠାରୁ କଲ୍ୟାଣ ସିଂହପୁର ବ୍ଲକ କୁ ସଂଯୋଗ ହୋଇଛି ରାଜ୍ୟ ରାଜପଥ | ଏହି ରାସ୍ତା ଦେଇ କୋଲନରା ବ୍ଲକର କିଛି ଗ୍ରାମ ଓ କାଶିପୁର ବ୍ଲକକୁ ସଂଯୋଗ ସହ କଲ୍ୟାଣ ସିଂହପୁର ଠାରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋମନା ଗୋମନ ରେ ବହୁ ସୁବିଧା ରହିଛି | ଅତନ୍ତ୍ୟ ପରିତାପର ବିଷୟ ଏହା ଏହି ରାସ୍ତା ରେ ପଡେ ସିଙ୍ଗାପୁର ରୋଡ଼ ରେଳ ଫାଟକ | ଫାଟକ ପାର୍ଶ୍ଵରେ ରହିଛି ରେଳ ବିଭାଗର ଭୁତଳ ରାସ୍ତା | ଏହି ରାସ୍ତାରେ ଭୋବାନୀପାଟଣା ଠାରୁ ଭାୟା ଅମ୍ବାଦଳା,ମୁନିଗୁଡା ହୋଇ ରାୟଗଡା ଆସିବାକୁ ହେଲେ ଅଧିକ ପଚାଶ କିଲୋମିଟର ହୋଉଥିବାରୁ ଲୋକେ ଭୋବାନୀପାଟଣା ଠାରୁ ଭାୟା ଲାଞ୍ଜିଗଡ,ବିଜେପୁର ହୋଇ ସର୍ବଦା ଯିବା ଆସିବା କରିଥାନ୍ତି | ଏହା ପୂର୍ବରୁ ବହୁ ଘୋରେଇ ବସ ମାଲିକ ମାନେ ଉକ୍ତ ରାସ୍ତା ଦେଇ ଓଡିଶା ପ୍ରସିଦ୍ଧ କଟକ,ଭୁବନେଶ୍ୱର ଭଳି ବଡ଼ ବଡ଼ ସହରକୁ ଯାତ୍ରୀ ବାହି ବସ ଚଳନ ନିମନ୍ତେ ପ୍ରୟାସ କରିଥିଲେ ସୁଦ୍ଧା ଉକ୍ତ ପୋଲଟିର ଉଚତା ଛୋଟ ହେତୁ ଓହରି ପଡିଛନ୍ତି | ବର୍ତ୍ତମାନ ଉକ୍ତ ରାସ୍ତା ଦେଇ ସାଧାରଣ ବସ ମଧ୍ୟ ଚଲାଚଳ କୁ ନେଇ ବାଧା ସୃଷ୍ଟି କି ସାମାନ୍ୟ ସାଇକଲ ଟିଏ କିମ୍ୱା କୌଣସି ବଡ଼ ବସ୍ତା ମଧ୍ୟ ନେବା ଆଣିବା ସମୟରେ ଉକ୍ତ ଭୁତଳ ରାସ୍ତା ପାଖରେ ତଳକୁ ଔହଲେଇ ଚଡାଇବାକୁ ପଡୁଛି | ଫଳରେ ବସ କିମ୍ବା ଭାରୀଯାନ ଚଳାଚଳ ରେ ସବୁ ସମୟରେ ବାଧା ସୃଷ୍ଟି ହେବାର ଦେଖିବାକୁ ମିଳୁଛି | ତେଣୁ ଉକ୍ତ ଭୁତଳ ରାସ୍ତା କୁ ଉଛ କରିବାକୁ ହେଲେ ଜିଲ୍ଲା ପ୍ରଶାସନ ରେଳ ବିଭାଗ ରେ ଥିବା ଉପରିସ୍ତ ଅଧିକାରୀ ଓ ସ୍ଥାନୀୟ ବିଧାୟକ,ସାଂସଦ ଏବଂ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାପାଇଁ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଯିବି ମାନେ ଦାବି କରୁଛନ୍ତି |