ପୁରା ଖବର ବିଷୟରେ



୮୪ଜଣ ବିଦ୍ୟାର୍ଥୀ ଦେଲେ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

Jul 11 2024 12:12AM
(ପଦ୍ମନ ଭତ୍ରାଙ୍କରିପୋର୍ଟ) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବା ସେବାଶ୍ରମରେ ଆଜି ୮୪ଜଣ ଛାତ୍ର ଛାତ୍ରୀ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିବା ଜଣାପଡ଼ିଛି । ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଷଷ୍ଠ ଶେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମଧ୍ୟରୁ ୪୪ଜଣ ଆବେଦନ କରିଥିବା ବେଳେ ୩୪ ପରୀକ୍ଷା ଦେଇଛନ୍ତି ।ବଳକା ୧୦ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଛନ୍ତି ।ସେହିପରି ନବମ ଶ୍ରେଣୀରେ ମୋଟ ୫୪ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୫୦ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି ।ବଳକା ୪ଜଣ ଅନୁପସ୍ଥିତ ରହିଥିବା ପରୀକ୍ଷା କେନ୍ଦ୍ରରୁ ସୂଚନା ମିଳିଛି । ଏହି ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡର ଭାବେ ଭରତ କଦମସେଠ ରହିଥିବା ବେଳେ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।