ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଆଜି ଷଷ୍ଠ ତମ ସମିତି ବୈଠକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Jul 10 2024 11:12PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଆଜି ଷଷ୍ଠ ତମ ସମିତି ବୈଠକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ମାନ୍ୟବର ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଜିଲ୍ଲା ପରିଷଦ ସଭ୍ୟ ତାଂଙ୍ଗୁଡୁ ଶ୍ରୀଧର, ସୁରେଶ ଗମାଙ୍ଗ,ଉପ-ଅଧ୍ୟକ୍ଷା ଜାନକୀ ନିମଲା, ସାଂସଦ ପ୍ରତିନିଧି ପ୍ରସାଦ ରାଓ ମଞ୍ଚାସିନ ହୋଇ ବିଭିନ୍ନ ବିଭାଗର କାର୍ଯ୍ୟସଫଳତା ଉପରେ ତର୍ଜମା କରିଥିଲେ l ଏହା ସହ ବୈଠକରେ ସାଧାରଣ ବଣ୍ଟନ,ଗ୍ରାମ୍ୟ ଉନ୍ନୟନ, ଶିକ୍ଷା,ସ୍ୱାସ୍ଥ୍ୟ,କୃଷି, ଜଳ ଓ ପରିମେଳ, ବିଷୟରେ ଆଲୋଚନା ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୁମ୍ନ ମଣ୍ଡଳ ବୈଠକ ପରିଚାଳନା କରିଥିଲେ l ବୈଠକରେ ବାର ଗୋଟି ପଞ୍ଚାୟତର ସମସ୍ତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ,PEO GRS, ଏବଂ ସମସ୍ତ ବିଭାଗର ବରିଷ୍ଠ ଅଧିକରି ଉପସ୍ଥିତ ଥିଲେ l ଏହି ଅବସରରେ ପାରୀକ୍ଷିତୀ ପଞ୍ଚାୟତରେ ଏକ ଇ.ଲାବ୍ରେରି ଏବଂ ସମଗ୍ର ଶିକ୍ଷା ତରଫରୁ ଏକ ନୂତନ ଶ୍ରେଣୀ କକ୍ଷର ଚକ୍ରଭେଟା ଗାଁ ସ୍କୁଲରେ ଭିତ୍ତିସ୍ଥାପନ କରାଯାଇଛି l ବୈଠକ ଶେଷରେ GPO ଗୋପାଳ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ l