ପୁରା ଖବର ବିଷୟରେ



ସୁନା ଚୋରୀ କୁ ନେଇ ଥାନାରେ ଅଭିଯୋଗ |

Jul 9 2024 9:08AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅଧିନସ୍ଥ ଡେଙ୍ଗସିଲ ଗ୍ରାମର ବଦଲି କାଡ୍ରାକା ନାମ୍ନୀ ବିଧବା ମହିଳା ବୟସ ପ୍ରାୟ ୭0 ବର୍ଷ ଆଜି ସକାଳ ୭ ଘଣ୍ଟିକା ସମୟରେ ନିଜ ତଳି ଘୋରା କୁ ଯାଇଥିବା ସମୟରେ ଜଣେ ମୁଖା ପିନ୍ଦା ଦୁର୍ବୁତ୍ତ ମହିଳା ଜଣକ କାନରେ ପିନ୍ଧିଥିବା ୨ ଗୋଟି ସୁନା ମୁଦି କୁ ଝାମ୍ପି ନେଇଯାଇଛି | ମହିଳା ଜଣକ ଙ୍କ ନାତୁଣୀ ସମ୍ବାରି ହିକକା କହିବା ମୁତାବକ ଗୋଟେ କାନର ଝାମ୍ପି ସାରି ଅନ୍ୟ ଟିକୁ ଝାମ୍ପିବା ନିମନ୍ତେ ଦୁର୍ବୁତ୍ତ ପ୍ରୟାସ ସମୟରେ ମହିଳା ଚିତ୍କାର କରିବାରୁ ଠେଙ୍ଗା ସାହାଯ୍ୟରେ ବୃଦ୍ଧା ଙ୍କୁ ଆକ୍ରମଣ କରି ଅନ୍ୟ ଟିକୁ ମଧ୍ୟ ଝାମ୍ପି ନେବାରେ ସଫଳ ହୋଇଥିଲା | ଏହି ଘଟଣା ଟିକୁ ଗ୍ରାମର ୨ ଜଣ ବ୍ୟକ୍ତି ଦେଖିଥିବା ନେଇ ସମ୍ବାରି ସୂଚନା ଦେଇଛନ୍ତି | ବର୍ତ୍ତମାନ ବୃଦ୍ଧା ଜଣକ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସି ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଘଟଣା କୁ ନେଇ ମହିଳା ଜଣକ କଲ୍ୟାଣ ସିଂହପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିବାରୁ ଥାନା ଅଧିକାରୀଙ୍କ ଦ୍ୱାରା ଘଟଣା ସ୍ଥଳକୁ ଯାଇ ଆଖ ପାଖ ଅଞ୍ଚଳରେ ତଦନ୍ତ ଚାଲୁରହିଛି |