ପୁରା ଖବର ବିଷୟରେ



ଭୀଷଣ ବର୍ଷାରେ ମଧ୍ୟ ଭକ୍ତଙ୍କ ରଥଯାତ୍ରା ଆୟୋଯିତ |

Jul 8 2024 7:29AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ମହା ଆଡମ୍ବର ରେ ପାଳିତ ହୋଇଯାଇଛି । ଭୀଷଣ ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ସହ ରଥଟଣାରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ । ବର୍ତ୍ତମାନ ଶ୍ରୀ ଜଗନ୍ନାଥ,ବଳଭଦ୍ର,ମା ସୁଭଦ୍ରା ଓ ତିନି ଠାକୁର ଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ରେ ଅନୁଷ୍ଠିତ କରାଯାଉଛି ।ଆଜି ସକାଳୁ ଶ୍ରୀ ଜୀଉଙ୍କ ମଙ୍ଗଳ ଆଳତୀ,ଅବକାଶ ରେ ସକାଳଧୂପ ଆଳତି ପରେ ଖେଚୁଡ଼ି ଭୋଗ ଲାଗି କରିବା ସହ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ ।ସକାଳ ୯ ଘଣ୍ଟିକା ସମୟରେ ପୁରହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟା ରେ ଶ୍ରୀ ବଳଭଦ୍ର,ମାଆ ସୁଭଦ୍ରା ଓ ପତିତପାବନ ଜଗତ ଉଦ୍ଧାର କର୍ତ୍ତା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ସେବାୟତ ମାନେ ପହଣ୍ଡି କରି ରଥାରୂଢ କରିଥିଲେ । ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଏହାକୁ ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ପୁଲିସ ସମେତ ଏକସେକ୍ସନ ପୁଲିସ ଓ ସି ଆର ପି ଏଫ ର ଚତୁର୍ଥ ବାଟାଲୀୟନର ଯବାନ ମାନେ ଉପସ୍ଥିତରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟମ କୁ ପରିଚାଳନା କରିଥିଲେ । ଏଥି ସ୍ଥାନୀୟ ମୋଟର ଚାଳକ ସଂଘ ତରଫରୁ ଭିଡ ନିୟନ୍ତ୍ରଣ କାର୍ଯ୍ୟ କୁ ସୁଚାରୁ ରୂପେ ପରିଚାଳନା ସହ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆମ୍ବୁଲାନ୍ସ ର ବ୍ୟବସ୍ଥା, ଜଳ ଓ ପରିମଳ ବିଭାଗ ଦ୍ୱାରା ଟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ସହ ଅଗ୍ନିଶମ ବାହିନୀ ତରଫରୁ ଅପାତଃ କାଳିନ ସୁରକ୍ଷା ବ୍ୟବସ୍ଥା ଦେଖିବା କୁ ମିଳିଥିଲା | ଏହା ସହ ସନ୍ଧ୍ୟା ଧୂପ ପରେ ଶ୍ରୀ ତିନି ଠାକୁରଙ୍କୁ ମାଉସୀ ମାଆ ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ଚରଣ ପାଢ଼ୀ କହିଛନ୍ତି | ଗୁଣ୍ଡିଚା ମନ୍ଦିରରେ ପ୍ରତି ଦିନ ଅର୍ଣ୍ଣପ୍ରସାଦ ର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଥିବା କମିଟିର ସଦସ୍ୟ ପକ୍ଷରୁ କୁହାଯାଇଛି ।