Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ନୂତନ ଭାରତର ନୂତନ ଆଇନ ଲାଗୁହେବା ନେଇ ସଚେତନ
Jul 1 2024 8:52PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ଥାନାରେ ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ଜନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବିଶି ଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱରେ ଜନ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୀଷା ଦାସ ଯୋଗଦେଇ ଥିବା ବେଳେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ,ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ଖରା,ଥାନା ଏସ ଆଇ ଶିଵ ପ୍ରସାଦ ସାହୁ ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ପ୍ରମୁଖ ମଞ୍ଚାସିନ ରହିଥିଲେ । "ନୂତନ ଭାରତ ନୂତନ ଆଇନ" । ଭାରତ ସରକାରଙ୍କ ପୁରୁଣା ଆଇନ ସଂଶୋଧନ କରାଯାଇ ଆଜି ଠାରୁ ନୂତନ ଆଇନ ଲାଗୁ କରାଯାଉଛି । ଆଇ ପି ସି,ଏଭିଡ଼େନ୍ସ ଆକ୍ଟ,ସିଆରପିସି କୁ ସମ୍ପୂର୍ଣ୍ଣ ବଦଳ କରାଯାଇ ଇଣ୍ଡିଆନ ପେନାଲ କୋଡ଼ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା,କୋଡ଼ ଅଫ ଡିମିନାଲ ପ୍ରୋସିଜିଓର ୧୯୬୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଆଜି ଠାରୁ ଲାଗୁ କରାଯାଇଥିବା ନେଇ ସଚେତନତା କରାଯାଇଛି । ଏଥିରେ କଲ୍ୟାଣ ସିଂହପୁର ଅଞ୍ଚଳ ରୁ ଅନେକ ବୁଦ୍ଧିଯିବି ପହଞ୍ଚି ସଚେତନ ହୋଇଥିବା ବେଳେ କଲ୍ୟାଣ ସିଂହପୁର ଥାନାରୁ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ |