ପୁରା ଖବର ବିଷୟରେ



ରଥ ଚାଲିଛି ମରାମତି ଯାତ୍ରାକୁ ଅପେକ୍ଷା

Jun 29 2024 5:24PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦରରେ ରଥଯାତ୍ରା ପାଳନ ନିମନ୍ତେ ରଥ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଆସନ୍ତା ଜୁଲାଇ ୭ ତାରିଖ ଦିନ ରଥରେ ବସି ତିନି ଠାକୁର ମାଉସୀ ମାଁ ପାଖକୁ ଯିବାର ନିୟମ ରହିଛି। ଏଣୁ ଆଗୁଆ ରଥ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏହି ରଥଯାତ୍ରା କୁ ବ୍ଳକ ର ସବୁ ଅଞ୍ଚଳ ର ଲୋକମାନେ ପାଳନ କରିବା ପାଇଁ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଓ ଥୁଆମୁଳ ରାମପୁର ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଲୋକମାନେ ଯାତ୍ରା ପାଳିବା ନିମନ୍ତେ ଆସିଥାନ୍ତି । ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତ ରେ ରହି ଥିବାରୁ ଏଠାରେ ଭକ୍ତ ମାନେ ବହୁ ସଂଖ୍ୟକ ଭିଡ଼ ହୁଅନ୍ତି। ଏହି ରଥଯାତ୍ରା ରେ ପୂର୍ବ ଦିନ ରୁ ବ୍ୟବସାୟୀ ଦୋକାନ ଲଗେଇବା କୁ ସଜାଗ ହୁଅନ୍ତି। ଏହି ରଥଯାତ୍ରା ରେ ଅତ୍ୟଧିକ ଲୋକଙ୍କ ଭିଡ଼ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ବ୍ଳକ ପ୍ରଶାସନ,ତହସିଲ ବିଭାଗ,ପୁଲିସ ପ୍ରଶାସନ ଓ ସି ଆର ପି ଏଫ ପ୍ରମୁଖ ମ୍ଲୁତୟନ ରୁହନ୍ତି ଏବଂ ଯେ କୌଣସି ଦୈବୀ ଦୁର୍ବିପାକ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆମ୍ବୁଲାନ୍ସ,ଅଗ୍ନିଶମ ବାହିନୀ ତରଫରୁ ନିଆଁ ଲିଭା ଗାଡି କୁ ସଜାଗ ରଖାଯାଇଥାଏ |